August 13, 2026
Home » ଚିଲିକା ଜଳ ରାଶିରେ ଜଳଦସ୍ୟୁ ଙ୍କ ଆତଙ୍କରାଜ

ଚିଲିକା ଜଳ ରାଶିରେ ଜଳଦସ୍ୟୁ ଙ୍କ ଆତଙ୍କରାଜ

0
WhatsApp Image 2026-08-13 at 9.48.41 AM (1)

ଚିଲିକା ଜଳ ରାଶିରେ ଜଳଦସ୍ୟୁ ଙ୍କ ଆତଙ୍କରାଜ। ମତ୍ସ୍ୟଜୀବୀ ଙ୍କ ଠାରୁ ଲୁଟ୍ କରିବା ପାଇଁ କଲେ ଆକ୍ରମଣ। ଜଳଦସ୍ୟୁଙ୍କ ଆକ୍ରମଣ ଜଣେ ନାବାଳକ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଆକ୍ରମଣ ରେ ଆହତ ହୋଇଛନ୍ତି। ମୃତ ନାବାଳକ ହେଉଛନ୍ତି ଓମ୍ ଶିକାରୀ (୧୫) ଓ ଆହତ ହୋଇଛନ୍ତି ଅମର ବେହେରା (୫୨), ତାଙ୍କ ସାନ ଭାଇ ଚିନ୍ମୟ ବେହେରା (୪୩)। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା କୁମାରପୂର ଗାଁ ଚିଲିକା କୂଳରେ ସୋମବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗରହିଥିବାରୁ ପୋଲିସ୍ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତେବେ ପୁରୀ କୃଷ୍ଣପ୍ରସାଦ ପୋଲିସ ଏହି ହତ୍ୟାକାଣ୍ଡ ଘଟଣାରେ ଜଡ଼ିତ ଥିବା ଅଭିଯୋଗ ରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ର ଗଣେଶ ଦାସ (୨୩) କୁ ପୋଲିସ ଗିରଫ କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ଯ ଅଭିଯୁକ୍ତ ଙ୍କୁ ଧରିବା ପାଇଁ କୃଷ୍ଣପ୍ରସାଦ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି। ଏହି ଘଟଣା କୁ ନେଇ କୃଷ୍ଣ ପ୍ରସାଦ ଥାନାରେ ୨୧୨/୨୬ ରେ କେସ ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ପୁରୀ ସଦର ଏସଡିପିଓ ମାନସ ରଞ୍ଜନ ବାରିକ ଙ୍କ ତତ୍ୱାବଧାନ ରେ ସମଗ୍ର ଘଟଣାର ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ କୁମାରପୁର ଗାଁ ଅମର ବେହେରା, ତାଙ୍କ ଭାଇ ଚିନ୍ମୟ ବେହେରା, ଓମ୍ ଶିକାରୀ ଚିଲିକା କୁ ମାଛ ଧରିବାକୁ ଯାଇ ଥିବା ବେଳେ ଜାଲ ପକାଇ ଜଗି ରହିଥିଲେ। ଏହି ସମୟ ରେ ସଂଘବଦ୍ଧ ଭାବେ ଜଳ ଦସ୍ୟୁ ମାନେ ଆସି ତାଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ଜଳ ଦସ୍ୟୁ ଙ୍କ କବଳ ରୁ ଅମର ବେହେରା ଓ ଚିନ୍ମୟ ବେହେରା ଖସି ଆସିବାରେ ସକ୍ଷମ ହୋଇଥଲେ ମଧ୍ୟ ଓମ୍ ଶିକାରୀ ଆସିପାରିନଥିଲେ। ଜଳ ଦସ୍ୟୁ ମାନେ ଓମ୍ ଶିକାରୀ ଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ। ପରେ ଅଭିଯୋଗ ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ବହୁତ୍ ଖୋଜାଖୋଜି କରି ଚିଲିକା ଜଳ ରାଶିରୁ ଓମ୍ ଙ୍କ ମୃତ ଦେହ ଉଦ୍ଧାର କରିଥିଲେ। ତେବେ ଏହି ଭଳି ବାରମ୍ବାର ଜଳ ଦସ୍ୟୁ ମାନେ ମତ୍ସ୍ୟଜୀବୀ ଙ୍କୁ ଆକ୍ରମଣ କରି ଲୁଟ୍ କରିବା ସହ ଜୀବନ ରେ ମାରିଦେଉଛନ୍ତି। ଯାହାକୁ ନେଇ ସ୍ଥାନୀୟ ମତ୍ସ୍ୟଜୀବୀ ମାନେ ମାଛ ମାରିବା ପାଇଁ ଚିଲିକା କୁ ଯିବାକୁ ଭୟଭୀତ ଅବସ୍ଥାରେ ଅଛନ୍ତି। ଜଳ ଦସ୍ୟୁ ଙ୍କ ବିରୁଦ୍ଧ ରେ ପୋଲିସ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଚିଲିକା ମତ୍ସ୍ୟଜୀବୀ ମାନେ ଦାବି କରିଛନ୍ତି।ପୁରୀ ଏସଡିପିଓ ମାନସ ରଞ୍ଜନ ବାରିକ କହିଛନ୍ତି, ଚିଲିକା ଜଳ ରାଶିରେ କିଛି ଜଳ ଦସ୍ୟୁ ଗତ ସୋମବାର ସନ୍ଧ୍ୟାରେ ତିନି ଜଣ ମତ୍ସ୍ୟଯିବି ଙ୍କୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣ ରେ ଜଣେ ନାବାଳକ ଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଅଭିଯୁକ୍ତ କୁ କୃଷ୍ଣ ପ୍ରସାଦ ପୋଲିସ୍ ଗିରଫ କରିଛି। ଅନ୍ଯ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ତେବେ ଏହି ସମଗ୍ର ଘଟଣାର ତଦନ୍ତ ଜରି ରହିଛି।

Leave a Reply

Your email address will not be published. Required fields are marked *