June 2, 2026
Home » ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ୨.୯ବର୍ଷ ର ଭବାନୀପାଟଣାର କୁନି ଝିଅ କଶିସ

ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ସ୍ଥାନ ପାଇଲେ ୨.୯ବର୍ଷ ର ଭବାନୀପାଟଣାର କୁନି ଝିଅ କଶିସ

0
WhatsApp Image 2026-04-29 at 11.48.03 AM (1)

 

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର କୁନି ଝିଅ କଶିସ ଅଗ୍ରୱାଲ ମାତ୍ର ୨ବର୍ଷ ୯ମାସ ବର୍ଷ ବୟସରେ ପ୍ରଥମ ଛୋଟ ବୟସ ଶିଶୁ ଭାବେ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି।

ଭବାନୀପାଟଣା ନନ୍ଦ କଲୋନୀରେ ସଂପ୍ରତି ରହୁଥିବା ଶ୍ରୀମତୀ ଆଶା ଅଗ୍ରୱାଲ ଓ କମଲ ବଂଶଲ ଙ୍କ ଝିଅ କଶିସ ଙ୍କ ବୟସ ମାତ୍ର ଦୁଇ ବର୍ଷ ନଅ ମାସ ଏହି ଶିଶୁ କଥା କହିବା ତୋ ଦୂରର କଥା ଭଲ କରି ଚାଲି ନ ଜାଣିବା ବୟସ ରେ ବି ସେ ଇଂରାଜୀ ରେ ୭ଟି ଜାତୀୟ ପ୍ରତୀକ, ୮ଟି ପଶୁ ଛୁଆ ଏବଂ ସପ୍ତାହର ଦିନଗୁଡ଼ିକୁ ମନେ ପକାଇବା, ଗାୟତ୍ରୀ ମନ୍ତ୍ର ପାଠ କରିବା, ୨ଟି ଗୀତ ଗାଇବା, ଭଗବାନ ହନୁମାନଙ୍କ ଉପରେ ୭ଟି ପ୍ରଶ୍ନର ଉତ୍ତର ଦେବା ଇତ୍ୟାଦି କାର୍ଯ୍ଯ କଳାପ ରେ ସେ ନିଜର ନାମ ଇଣ୍ଡିଆ ବୁକ୍ ଅଫ ରେକର୍ଡ ରେ ପ୍ରତିଭା ସଂପନ୍ନ କୁନି ଝିଅ ଭାବରେ ସ୍ଥାନ ପାଇଛନ୍ତି। ଏଭଳି ପ୍ରତିଭା ପାଇଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏଵଂ କୁନି ଝିଅ ର ପରିବାର କୁ ଶୁଭେଛା ର ସୁଅ ଛୁଟିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Leave a Reply

Your email address will not be published. Required fields are marked *