May 28, 2026
Home » ଦିଗଶିରା ଗ୍ରାମପଞ୍ଚାୟତ ରେ ମହିଳା ସରପଞ୍ଚଙ୍କ ସିଟରେ ସ୍ୱାମୀଙ୍କ ପାୱାର ଫୁଲ ରାଜୁତି

ଦିଗଶିରା ଗ୍ରାମପଞ୍ଚାୟତ ରେ ମହିଳା ସରପଞ୍ଚଙ୍କ ସିଟରେ ସ୍ୱାମୀଙ୍କ ପାୱାର ଫୁଲ ରାଜୁତି

0
WhatsApp Image 2026-05-28 at 12.00.42 PM

 ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଦିଗଶିରା ଗ୍ରାମପଞ୍ଚାୟତ ରେ ମହିଳା ସରପଞ୍ଚ ଙ୍କ ଆସନ ରେ ସ୍ୱାମୀ ଙ୍କ ରାଜୁତି l ମୌଳିକ ସୁବିଧାରୁ ବଞ୍ଚିତହେଉଛନ୍ତି ଗ୍ରାମବାସୀ l ବିନା ଗ୍ରାମସଭା ରେ ପାସ୍ ନ ହୋଇ, କାମ ନ ହୋଇ ଚଞ୍ଚକତା କରି ଵିଲ ପାଇଁ ଯନ୍ତ୍ରୀ ଙ୍କୁ ବାଧ୍ୟ କରିବା ନେଇ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିର ରେ ଗ୍ରାମବାସୀ ଙ୍କ ପକ୍ଷରୁ ଅଭିଯୋଗ ହୋଇଛି l ଅଭିଯୋଗ ଶୁଣାଣି ଶିବିରରେ ଦିଗଶିରା ଗ୍ରାମପଞ୍ଚାୟତର ସରପଞ୍ଚ କୌଶଲ୍ୟା ମେହେର ଥିବା ତାଙ୍କ ସ୍ୱାମୀ ଲବ ମେହେର ସରପଞ୍ଚ କ୍ଷମତା ପ୍ରଦର୍ଶନ କରି ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ହସ୍ତକ୍ଷେପ କରି ମନମୂଖୀ କାର୍ଯ୍ୟ କରୁଥିବା ଯୋଗୁଁ ଗ୍ରାମବାସୀ ମୌଳିକ ସୁବିଧାରୁ ବଞ୍ଚିତ ଅଛୁ ବୋଲି ପୂର୍ବତନ ୱାର୍ଡ ସଭ୍ୟ ଦୀନବନ୍ଧୁ ସୁନା,ଗ୍ରାମବାସୀ ସହଦେଵ ପଧାନ, ସୁରେଶ ବାଗ, ନିମାଇ ଚରଣ ପଧାନ , ଉକାଳୁ ପଧାନ ଓ ବର୍ତ୍ତମାନର ୱାର୍ଡ ସଭ୍ୟା ପୂଜା ବାଗ, ସତ୍ୟଭାମା ଭୋଇ, ଅହଲ୍ୟା ସେଠୀ, ସରୋଜିନୀ ଡୁଙ୍ଗୁରିପାଲି, ରୁକୁଣୀ ଦଣ୍ଡସେନା,ନାଏବ ସରପଞ୍ଚ ପ୍ରତିଭା ପଧାନ,ସଭ୍ୟ ମନୋଜ ପୁଟେଲ, ଆନନ୍ଦ ମେହେର ମହାଦେବ ସାଗର,,ଅଭିଯୋଗ କରିଥିଲେ |ଗ୍ରାମ ନିକଟରେ ଥିବା ସର ପୋଖରୀର ପଙ୍କ ଉଦ୍ଧାର ଓ ଗାଧୁଆ ଘାଟର ମରାମତି ନ କରିବା ଦ୍ଵାରା ଲୋକେ ଦୁର୍ଘଟଣାର ଶିକାର ହେଵା, ଗଣ୍ଡାପଡାରେ ସଂଯୋଗ ହୋଇଥିବା ୭ ଗୋଟି ଷ୍ଟ୍ରିଟ ଲାଇଟ ଅଚଳାବସ୍ଥାରେ ପଡି ରହିଥିବା, ଗଣ୍ଡାପଡାର କୂଅର ପଙ୍କ ଉଦ୍ଧାର ନ ହେଵା,ଗ୍ରାମ ରେ ଭୂତ ତଳ ଡ୍ରେନ କାମ ଶୀଘ୍ର ନ ହେଵା,ପାନୀୟ ଜଳଯୋଗାଣ ସମସ୍ୟା ଲାଗିରହିଥିବା,୨୦୨୫-୨୬, ୧୫ତମ ଅର୍ଥ କମିଶନ ସିଏଫସିର ଗୋଟିଏ ଅନୁଦାନକୁ ୨ ଟି ଫାଇଲ ଖୋଲି ଚଞ୍ଚକତା କରି ଯନ୍ତ୍ରୀ ଙ୍କୁ ଵିଲ ପାଇଁ ବାଧ୍ୟ କରିବା, ଯାହାକି ଗ୍ରାମସଭା ଓ ପଲ୍ଲୀ ସଭାରେ ତାହା ଉପଲବ୍ଧ ହୋଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଥିବା ବେଳେ ଗ୍ରାମର ଉନ୍ନୟନ କାମ ପାଇଁ ଗ୍ରାମ ପାଣ୍ଠିରୁ ଟଙ୍କା ବିନିଯୋଗ କରାଯାଉଥିବା ବେଳେ ତାକୁ ସରକାର ଙ୍କ ଠାରୁ ଟଙ୍କା ହାତେଇବା ଚେଷ୍ଟା କରୁଥିବା ଓ ବିଭିନ୍ନ କାମର ସୂଚନା ଫଳକ ସ୍ୱତନ୍ତ୍ର ଭାବେ ତିଆରି କରିବା ପରିବର୍ତ୍ତେ କାନ୍ଥରେ ଲେଖା ହେବା,ଗୋଟିଏ ସ୍ଥାନରେ ଗୃହ ନିର୍ମାଣ ହୋଇଥିବା ବେଳେ ଏକାଧିକ ଫାଇଲ ଖୋଲା ଯିବା ତାହା କେଉଁ କେଉଁ ଅନୁଦାନ ରୁ ତିଆରି ହୋଇଛି ଏ ନେଇ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଗ୍ରାମବାସୀ ଜିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ କରିଛନ୍ତି l ଆହୁରି ମଧ୍ୟ ସରପଞ୍ଚ ଙ୍କ ସ୍ୱାମୀ ଲବ ମେହେର ଗ୍ରାମପଞ୍ଚାୟତ ରେ ବିଭିନ୍ନ ସମୟରେ ପଲ୍ଲୀ ସଭା କିମ୍ବା ଗ୍ରାମସଭା ହେଵା ସମୟରେ ଉପସ୍ଥିତ ନ ରହି ଅନ୍ୟ ସମୟରେ ସରକାରୀ ଅଧିକାରୀ ଙ୍କୁ ହାତେଇ ମନ ଇଚ୍ଛା ଗ୍ରାମସଭା ବହିରେ ମନ ମୁତାବକ କାମ ସବୁ ଯୋଡି ଥାନ୍ତି | ଏହାକୁ ନେଇ ଜିଲ୍ଲାପାଳ ଅତି ଶୀଘ୍ର ତଦନ୍ତ କରିବାକୁ ଯିବା ପାଇଁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଜଣାଯାଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *