November 12, 2026
Home » ଭୋଟର ସଚେତନତା ନେଇ ପ୍ରବନ୍ଧ ଓ କୁଇଜ଼ ପ୍ରତିଯୋଗିତା

ଭୋଟର ସଚେତନତା ନେଇ ପ୍ରବନ୍ଧ ଓ କୁଇଜ଼ ପ୍ରତିଯୋଗିତା

0
WhatsApp Image 2026-11-12 at 3.58.15 PM

ରାଇରଙ୍ଗପୁର:ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ଭବିଷ୍ୟତର ମତଦାତା ମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ବ୍ୟାପୀ ଇଲେକ୍ଟରାଲ ଲିଟରେସୀ କ୍ଳବରେ (ଇ. ଏଲ. ସି.)ସାମିଲ ହୋଇଥିବା ୧୮ ବର୍ଷରୁ କମ ଓ ୧୮ ବର୍ଷ ବୟସର ଭବିଷ୍ୟତ ଭୋଟର ତଥା ଅଧ୍ୟୟନରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ ଓ କୁଇଜ଼ ପ୍ରତିଯୋଗିତା ଚଳିତ ନଭେମ୍ବର ମାସ ୨ ତାରିଖରୁ ଆରମ୍ଭ ହୋଇଛି, ଯାହା ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ.

ଏହି କ୍ରମରେ ୨୭- ସାରସକଣା ଓ ୨୮- ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉଚ୍ଚ ମାଧ୍ୟମିକ ଓ ମହାବିଦ୍ୟାଳୟରେ ଅଧୟନରତ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଏବଂ ସ୍ନାତକ ମହାବିଦ୍ୟାଳୟ ଗୁଡିକରେ ଚଳିତ ମାସ ୬ ଏବଂ ୭ ତାରିଖରେ ଅନୁଷ୍ଠିତ ପ୍ରତିଯୋଗିତାରେ ଉନ୍ନୀତ ହୋଇଥିବା ପ୍ରତିଯୋଗୀ ମାନଙ୍କ ମଧ୍ୟରେ ଆଜି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟଠାରେ ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି. ଅନୁଷ୍ଠିତ ଉକ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନେ ଚଳିତ ନଭେମ୍ବର ମାସ ୧୬ ରୁ ୧୮ ତାରିଖ ମଧ୍ୟରେ ଜିଲ୍ଲା ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ. ଉପଜିଲ୍ଲାପାଳ ଉଗ୍ରେସନ ଓରାମଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବାମନଘାଟି ଉପଖଣ୍ଡସ୍ଥ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିଯୋଗିତାକୁ ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି,ଅଧ୍ୟାପକ ବିଜୟ କୁମାର ରାମ,ବରିଷ୍ଠ ରାଜସ୍ବ ସହାୟକ ପ୍ରସାଦ ବେହେରା .ଦୀପକ ମହାନ୍ତ, ମଳୟ ସାହୁ ଓ ପଙ୍କଜ ମହାନ୍ତ ପ୍ରମୁଖ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲୀପ ମହାନ୍ତି ଓ ହେମନ୍ତ କୁମାର ମହାନ୍ତ ବିଚାରକ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ।

Leave a Reply

Your email address will not be published. Required fields are marked *