ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ସୁଶାନ୍ତ କୁମାର ପୁରୋହିତ ଓଡ଼ିଶାର ବରିଷ୍ଠ ଅଧିକାରୀମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ
ପାରାଦୀପ ବନ୍ଦର ବିକାଶ, ସଂଯୋଗୀକରଣ, ଭିତ୍ତିଭୂମି ଏବଂ ଆଞ୍ଚଳିକ ସାମୁଦ୍ରିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ
ପାରାଦୀପ, : ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ଆହୁରି ସୁଦୃଢ଼ କରିବା ପାଇଁ ପାରାଦୀପ ବନ୍ଦର ର ନବ ନିଯୁକ୍ତ ଅଧ୍ୟକ୍ଷ ସୁଶାନ୍ତ କୁମାର ପୁରୋହିତ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କୁ ସାକ୍ଷାତ କରିଛନ୍ତି।ଓ ତତ ସଙ୍ଗେ ସଙ୍ଗେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀମତୀ ଉଷା ପାଢୀ, ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଏନବିଏସ ରାଜପୁତ, ରାଜସ୍ୱ ବୋର୍ଡ ସଦସ୍ୟ ସତ୍ୟବ୍ରତ ସାହୁ, ଜଳ ସମ୍ପଦ ବିଭାଗର ସଚିବ ଶ୍ରୀମତୀ ଶୁଭ ଶର୍ମା ଙ୍କୁ ପୃଥକ ପୃଥକ ଭାବେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି।
ଏହି ଆଲୋଚନା ରେ ପାରାଦୀପ ବନ୍ଦରର ବିକାଶ ଏବଂ ସମ୍ପ୍ରସାରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଅଧ୍ୟକ୍ଷ ଶ୍ରୀ ପୁରୋହିତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଏବଂ ପୂର୍ବତଟ ରେଳପଥର ସଦସ୍ୟ ସଞ୍ଜୟ କୁମାର ମିଶ୍ରଙ୍କ ସହିତ ସାକ୍ଷାତ କରି ପାରାଦୀପ ବନ୍ଦରର ସଂଯୋଗୀକରଣ, ରେଳ ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ପଦକ୍ଷେପ ଉପରେ ଆଲୋଚନା କରିଥିଲେ।
ଏହି ଆଲୋଚନା ଗୁଡିକ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ, ଓଡ଼ିଶା ସରକାର ଏବଂ ପୂର୍ବତଟ ରେଳପଥ ମଧ୍ୟରେ ଉକ୍ତ ଅଞ୍ଚଳର ସାମୁଦ୍ରିକ ଏବଂ ଶିଳ୍ପ ବିକାଶ ପାଇଁ ରଣନୈତିକ ଗୁରୁତ୍ୱର ବିଷୟ ଉପରେ ଆହୁରି ମଜବୁତ କରିବାର ସୁଯୋଗ ପ୍ରଦାନ କରିଥିଲା।
ଏହି ପ୍ରୟାସଗୁଡ଼ିକ ଶିଳ୍ପ ଅଭିବୃଦ୍ଧି, ନିଯୁକ୍ତି ସୃଷ୍ଟି, ସାମୁଦ୍ରିକ ଭିତ୍ତିଭୂମି, ଲଜିଷ୍ଟିକ୍ସ, ବାଣିଜ୍ୟ ଏବଂ ଆଞ୍ଚଳିକ ବିକାଶକୁ ସମର୍ଥନ କରିବ ବୋଲି ଆଶା କରାଯାଉଛି, ଯାହା ଭାରତର ପୂର୍ବ ଉପକୂଳରେ ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶ ପଥ ଭାବରେ ପାରାଦୀପର ସ୍ଥିତିକୁ ଆହୁରି ମଜବୁତ କରିବ।
prasanta dash nka report
