May 4, 2026
Home » ଏକାମ୍ର କ୍ଷେତ୍ରରେ ମହିଳା ଚନ୍ଦନ ଉତ୍ସଵ

ଏକାମ୍ର କ୍ଷେତ୍ରରେ ମହିଳା ଚନ୍ଦନ ଉତ୍ସଵ

0
WhatsApp Image 2026-05-02 at 1.58.26 PM (1)

ଭୁବନେଶ୍ୱର : ପୁରୁଣା ଭୁବନେଶ୍ୱର ତଥା ଏକାମ୍ର କ୍ଷେତ୍ରରେ ମହିଳା ଚନ୍ଦନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି.ଶ୍ରୀଲିଙ୍ଗରାଜଙ୍କ ପବିତ୍ର ଚନ୍ଦନଯାତ୍ରା ଅବସରରେ ବୁଦ୍ଧ ପୂର୍ଣ୍ଣିମା ତଥା ଚନ୍ଦନ ପୂର୍ଣ୍ଣିମା ଅବ୍ୟବହିତ ପୂର୍ବରୁ ଗୁରୁବାର 20ତମ ମହଳା ଚନ୍ଦନ ଉତ୍ସବ ପାଳିତ ହୋଇଥିଲା। ପୁରୁଣା ଭୁବନେଶ୍ବରସ୍ଥିତ ସିଦ୍ଧି ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ମହଳାମାନେ ଚନ୍ଦନ ବୋଳାବୋଳି ହୋଇ ଖୁସି ମନାଇଥିଲେ।

ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା.ମୁରୁଜରେ ଝୋଟି,ଚିତ୍ରାଙ୍କନ ଓ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କମିଟିର ଅଧ୍ୟକ୍ଷା ରଶ୍ମି ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ନେତା ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର , ବିଜେପି ନେତା ଜଗନ୍ନାଥ ପ୍ରଧାନ, ପୂର୍ବତନ କର୍ପୋରେଟର ମଳୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ କୁନିକୁନି ପିଲାଙ୍କ ଦ୍ବାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଚିତ୍ତାକର୍ଷକ ହୋଇଥିଲା।

ସେହିଭଳି ବିଭିନ୍ନ ପ୍ରତିଯୋଗିତାର କୃତୀ ମହିଳାମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଇପିଏ ସମ୍ପାଦିକା ଅଞ୍ଜଳି ମିଶ୍ର,ଆଇନଜୀବୀ ସୁଜାତା ପଣ୍ଡା, ଜ୍ୟୋତି ପଣ୍ଡା, ସଂଯୁକ୍ତା ଆଚାର୍ଯ୍ୟ, ସୁଦେଶା ପଣ୍ଡା, ସିପ୍ରା ମିଶ୍ରଙ୍କୁ ମହିଳା ଚନ୍ଦନ ସମ୍ମାନ ଦିଆଯାଇଥିଲା କାର୍ଯ୍ୟକ୍ରମକୁ ସିପ୍ରା ସେନାପତି,ସମିତା ଘୋଷ ପ୍ରମୁଖ ପରିଚାଳନା କରିଥିଲେ. ଚିତାକର୍ଷକ ଭଜନ ମଧ୍ୟ ପରିବେଷଣ କରାଯାଇଥିଲା. ଶେଷରେ ସମସ୍ତେ ପ୍ରସାଦ ସେବନ କରିଥିଲେ.

Leave a Reply

Your email address will not be published. Required fields are marked *