November 25, 2026
Home » ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଅନୁଷ୍ଠିତ

ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଅନୁଷ୍ଠିତ

0
1001348494
ନୟାଗଡ଼ ( ଇପିଏ ) ନୟାଗଡ ପଞ୍ଚାୟତ ସମିତି ପରିସରରେ ଏକ ଦିବସୀୟ ଶିଶୁ ଶ୍ରମିକ ନିରାକରଣ ସଭା ଜିଲ୍ଲା ଶ୍ରମ ଅଧିକାରୀ, ଶ୍ରୀମତୀ ରଶ୍ମିତା କୁମାରୀ ପାତ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି lଏହି ସଭାରେ ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ, ଶ୍ରୀ ସଞ୍ଜୟ କୁମାର ମଲ୍ଲିକ, ସହକାରୀ ଶ୍ରମ ଅଧିକାରୀ ଲୋୟେଷାରାଣୀ ସିଂହ, ମୋନିକା ସେଠ, ପୁଜାରିନ ସାମଲ ଓ ଜ୍ଞାନ ରଞ୍ଜନ ସାହୁ, ମିଶନ ଶକ୍ତି ସଦସ୍ୟା, ଆଇ ସି ଡି ଏସ ପର୍ଯ୍ୟବେକ୍ଷକ, ଶ୍ରମିକ ନେତା ଶ୍ରୀ ଶୂନ୍ୟଜୟୀ ମିଶ୍ର, ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସାହୁ, ସଞ୍ଜୟ ନାୟକ, ପୁଷ୍ପଲତା ସାହୁ ପ୍ରମୁଖ ଯୋଗ ଦେଇଥିଲେ l
ଏଥିରେ ଶିଶୁ ଶ୍ରମିକ ବର୍ଗୀକରଣ, ଏହାର ନିରାକରଣ ଏବଂ ବିଭାଗ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କିପରି ଭାବେ ଏକ ଶିଶୁ ଶ୍ରମିକ ମୁକ୍ତ ସମାଜ କେମିତି ଗଢିହେବ ସେ ବିଷୟରେ ଆଲୋଚନା କରାଯାଇଥିଲା l ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିଵା ପାଇଁ ସମସ୍ତ ବିଭାଗ ଗୁଡିକ ମଧ୍ୟରେ ସମନ୍ୱୟ, ପଛୁଆ ବର୍ଗରେ ଶିଶୁ ଶ୍ରମିକ ବିରୋଧୀ ଜନ ସଚେତନତା, ଶିଶୁ ଶ୍ରମିକ ଉଦ୍ଧାର ପରେ ସେମାନଙ୍କର ପୁନର୍ବାସ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଇଥିଲା l ପରିଶେଷରେ ସହକାରୀ ଶ୍ରମ ଅଧିକାରୀ ସୁଶ୍ରୀ ଲୋୟେଷାରାଣୀ ସିଂହ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ କରାଯାଇଥିଲା l
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *