April 20, 2026
Home » ଏକ ଲବ୍ୟ ପାଠଶାଳାର ପଞ୍ଚମ ବାର୍ଷିକ ଉତ୍ସବ “ଉମଙ୍ଗ'”

ଏକ ଲବ୍ୟ ପାଠଶାଳାର ପଞ୍ଚମ ବାର୍ଷିକ ଉତ୍ସବ “ଉମଙ୍ଗ'”

0
WhatsApp Image 2026-04-20 at 11.15.56 AM

 

ସାଦ୍ୟାନ୍ତ୍ ଶତପଥୀଙ୍କୁ ଏକ ଲବ୍ୟ ସମ୍ମାନ

ପୁରୀ – ପୁରୀ ଜିଲ୍ଲା ସ୍ବେଚ୍ଛାସେବୀ ସଂଗଠନ ସାମୁଖ୍ୟ ଦ ବେଲ୍ ଦ୍ଵାରା ପରିଚାଳିତ ସହର ତଳି ଅଞ୍ଚଳ ଶିଶୁ ମାନଙ୍କ ସାମଗ୍ରିକ ବିକାଶ ପାଇଁ ସ୍ଥାପିତ ଏକ ଲବ୍ୟ ପାଠଶାଳାର ପଂଚମ୍ ବାର୍ଷିକ ଉତ୍ସବ ଉମଙ୍ଗ ଅନୁଷ୍ଠିତହୋଇ ଯାଇଛି।ବଳିଆ ପଣ୍ଡାସ୍ଥିତ ଭାରତ ଯୋଗ କେନ୍ଦ୍ର ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଲୋକୋ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉତ୍ସବ କୁ ଉଦ୍ଘାଟନ କରିଥିଲେ। ଦ ବେଲ୍ ଅଧକ୍ଷ ସିଦ୍ଧାର୍ଥ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବ ରେ ଅନ୍ୟତମ ଅତିଥି ଭାବରେ ଭାରତ ଯୋଗ କେନ୍ଦ୍ର ସମ୍ପାଦକ ରମା ବଲ୍ଲଭ ମହାପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ,ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଡ କଲ୍ୟାଣୀ ନନ୍ଦୀ ,ସମାଜ କର୍ମୀ ସରସ୍ୱତୀ ପାତ୍ର,ସବିତା ମିଶ୍ର,ଶ୍ରୀ ଜଗନ୍ନାଥଙ୍କ ବରିଷ୍ଠ ସେବକ ପ୍ରଭୂଜି ଗୌରୀ ଶଙ୍କର ସିଂହାରୀ, ଅଧିବକ୍ତା . ପ୍ରଶନ୍ନ ଦାସ,ଯୁବ ସାମ୍ବାଦିକ ଚନ୍ଦ୍ର ଶେଖର ପାତ୍ର ପ୍ରଭୃତି ଯୋଗ ଦେଇ ଅନୁଷ୍ଠାନ ପ୍ରୟାସକୁ ପ୍ରଶଂସା କରି ଥିଲେ।ଏହି ଅବସରରେ କୁନି ସାହିତ୍ୟିକ ସାଦ୍ୟାନ୍ତା ଶତପଥୀଙ୍କୁ ଏକ ଲବ୍ୟ ସମ୍ମାନ ରେ ସମ୍ମାନିତ କରାଯାଇ ଥିଲା।କାର୍ଯ୍ୟ କ୍ରମକୁ ଶିଲୀ ସେଠି ଓ ପ୍ରତ୍ୟାଶା କାନୁନଗୋ ସଂଯୋଜନା କରିଥିଲେ।ଏକ ଲବ୍ୟ ପାଠ ଶାଳାର ମୁଖ୍ୟ ପରିଚାଳକ ଉମେଶ ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ।ଏହି ଅବସରରେ ପାଠ ଶାଳାର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇ ଥିଲା।କାର୍ଯ୍ୟକ୍ରମକୁ ଓ ଦ ବେଲ୍ ଓମେନ୍ସ କ୍ଲବ,ୟୁଥ୍ କ୍ଲବ ସଦସ୍ୟ ସଦସ୍ୟା ପରିଚାଳନା କରି ଥିଲେ।

Leave a Reply

Your email address will not be published. Required fields are marked *