April 20, 2026
Home » ଥଇଥାନ ନକରି ଗରିବ କ୍ୟାନ୍ସର ରୋଗୀର ଘର ଭାଙ୍ଗିବାକୁ ଉଦ୍ୟମ

ଥଇଥାନ ନକରି ଗରିବ କ୍ୟାନ୍ସର ରୋଗୀର ଘର ଭାଙ୍ଗିବାକୁ ଉଦ୍ୟମ

0
WhatsApp Image 2026-04-19 at 3.51.08 PM

ଆବଶ୍ୟକ ଥଇଥାନ ନକରି ଗରିବ କ୍ୟାନ୍ସର ରୋଗୀର ଘର ଭାଙ୍ଗିବାକୁ ଉଦ୍ୟମ। ଗାନ୍ଧୀ ଛକରୁ ଜବରଦଖଲ ହଟେଇ ନପାରି ହନୁମାନ ଛକରୁ ଗରିବ ହଟେଇବ କେନ୍ଦୁଝରଗଡ଼ ନଗରପାଳିକା। କେନ୍ଦୁଝର,ତା୧୯/୪- ମାଇକ ବୁଲି ସାରିଛି କି କାଲି କେନ୍ଦୁଝର ସହର ଧାଙ୍ଗଡ଼ପଡା, ହନୁମାନ ଛକରେ ଜବରଦଖଲ ଉଚ୍ଛେଦ ହେବ। ଏହି କଥା ଶୁଣି ସେଠାରେ କେବଳ ଗରିବ ମାନେ ଛାନିଆ ଧନୀ ହସୁଛନ୍ତି। ଉଲ୍ଲେଖଯୋଗ୍ୟ କି ଏହି ହନୁମାନ ଛକର ଦୁଇ ପଟେ ଗୋଟେ ରାସ୍ତା ଘାଗରା ଆଡ଼େ ଯାଇଥିବା ବେଳେ ଅନ୍ୟଟି ପୁରୁଣା ସହରକୁ ଯାଇଛି ମଝିରେ କିଛି ଗୋଚର ଜାଗା ରହିଯାଇଛି। ଏହିଠାରେ ଠିକ ଛକ ମୁହଁରେ ବଟବୃକ୍ଷ ମୂଳେ ଏକ ସୁନ୍ଦର ହନୁମାନ ମନ୍ଦିର ରହିଛି ଏବଂ ଏହାର ପଛକୁ କିଛି ଜମିରେ ଗରିବ ଲୋକେ ଛୋଟମୋଟ ଦୋକାନ କରି ରହୁଛନ୍ତି। ତେବେ ଏହି ଜମିରୁ କେବଳ ଗରିବକୁ ହଟେଇବାକୁ କେନ୍ଦୁଝରଗଡ଼ ନଗରପାଳିକା ଉଦ୍ୟମ ଆରମ୍ଭ ୨୦୨୫ରୁ କରି ସେମାନଙ୍କୁ ନୋଟିସ ଦେଇଥିଲା ତେବେ ପରେ ଚୁପ ରହିଥିଲା। ଏହାପରେ ସେଠାରେ ରହୁଥିବା ଜଣେ କ୍ୟାନସର ପୀଡ଼ିତା ବାବୁଲି ନାଏକ ଯେ ଜିଲ୍ଲାପାଳଙ୍କ ସହାୟତାରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଚିକିତ୍ସାଳୟରୁ ଚିକିତ୍ସିତ ହୋଇଥିଲେ, ଏବେ ମଧ୍ୟ ସମ୍ପୂର୍ଣ୍ଣ ଭଲ ନହୋଇ ନାନା ଅସୁବିଧାର ସମ୍ମୁଖୀନ ହୋଇ ଏକ ଛୋଟ ଘର କରି ପଡିରହିଛନ୍ତି ତାଙ୍କ ଘର ଭାଙ୍ଗିବାକୁ ନଗରପାଳିକା କାଲି କଣ୍ଟ ଦେଇଛି। ତାଙ୍କ ଘର ମାପ କରି ଚିକେନ ଦୋକାନ କରିଥିବା ସ୍ୱାମୀ ବସନ୍ତ ନାଏକଙ୍କୁ ପୁଣି ନୋଟିସ ଦିଆଯାଇଛି। ସେଠାରେ ସେଲୁନ କରିଥିବା ଜଣେ ଦିବ୍ୟାଙ୍ଗ ଓ ଜଳଖିଆ ଦୋକାନ କରିଥିବା ଜଣେ ଅଭାବୀ ମହିଳାଙ୍କୁ ମଧ୍ୟ ଜାଗା ଖାଲି କରିବାକୁ କୁହାଯାଇଛି। ଏହି ଗୋଚର ଜମିରେ ହନୁମାନ ମନ୍ଦିର ସହ କିଛି କୋଠା ଥିଲା ବେଳେ କେବଳ ଗରିବ ଝୁମ୍ପୁଡ଼ି ଭାଂଗିବାକୁ ନଗରପାଳିକା ଏପରି ନିଷ୍ପତ୍ତି କିପରି ନେଲା ବୋଲି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଗରିବ ଲୋକେ ସେଠାରେ ନଗରପାଳିକା ଗୋଚର ଜମିରେ କୁଆଡେ ମାର୍କେଟ କମ୍ପ୍ଲେକ୍ସ କରିବ ବୋଲି କହିଛନ୍ତି। ଗୋଟେ ପ୍ଲଟରେ ସବୁ ଜବରଦଖଲ ନହଟେଇ କେବଳ କିଛି ନିର୍ଦ୍ଦିଷ୍ଟ ଲୋକଙ୍କୁ ହଟେଇବା ଉଦ୍ୟମ ନେଇ ଅନେକ ନାପସନ୍ଦ କରି ଏଥିରେ ଅଭିସନ୍ଧି ରହିଛି ବୋଲି ସେମାନେ କହିଛନ୍ତି। ପୁଣି ସହରର ଗୁରୁତ୍ୱପୂର୍ଣ୍ଣ ଗାନ୍ଧୀ ଛକରେ କୋର୍ଟ ଅର୍ଡର ଜିଲ୍ଲାପାଳଙ୍କ ତଦନ୍ତ ପରେ ମଧ୍ୟ ଜବରଦଖଲ ହଟିନି ଜବରଦଖଲକାରୀ ମୁଖ୍ୟମନ୍ତ୍ରୀଙ୍କ ଖାସ ଲୋକ କହି ସେଠାରେ ମାଡ଼ିବସିଛନ୍ତି କେନ୍ଦୁଝରଗଡ଼ ନଗରପାଳିକା ପୌର ନିର୍ବାହୀ ଅଧିକାରୀ ଅଭିଯୋଗପତ୍ର ପାଇ ଚୁପ ବସିଛନ୍ତି ଯାହାକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି। ଗରିବ, ରୋଗାକ୍ରାନ୍ତ, ଦିବ୍ୟାଙ୍ଗଙ୍କ ଘର ଏହି ଖରାଦିନେ ଭାଙ୍ଗି ସେମାନଙ୍କୁ ଥଇଥାନ ନକଲେ ନଗରପାଳିକାର ଏହା ଜନ ବିରୋଧୀ କାର୍ଯ୍ୟ ବୋଲି ସେଠାରେ ଲୋକେ କହିଛନ୍ତି। ପୂର୍ବରୁ ଶ୍ରୀମତୀ ବାବୁଲି ନାଏକଙ୍କୁ ନଗରପାଳିକା ପକ୍ଷରୁ ଭବିଷ୍ୟତରେ ବାସଯୋଗ୍ୟ ଭୂମି ପ୍ରଣାମପତ୍ର ଦେବାକୁ ଯୋଗ୍ୟତା ପ୍ରମାଣପତ୍ର ଦିଆଯାଇଛି ହେଲେ ଆବାସ ଘର ଏଯାଏ ମିଳିନି। ସେମାନେ ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଘର ଯୋଗାଇ ଦେବାକୁ ଦରଖାସ୍ତ ଦେଇଥିଲେ। ସେଠାରେ ଥିବା ଉଠା ଦୋକାନୀଙ୍କ ଠାରୁ ନଗରପାଳିକା ଦୈନିକ ମହାସୁଲ ନେଉଥିବାରୁ ସେମାନଙ୍କୁ ଆଗେ ଥଇଥାନ କରି ଦରକାର ହେଲେ ଭେଣ୍ଡିଂ ଜୋନ ଦୋକାନ କରି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ଆଗାମୀ ଦିନରେ ସେଠାରେ ଚାରି ଥାକିଆ ରାସ୍ତା ହେଉଥିବାରୁ ଅନେକ ଲୋକ ଉଠିବେ ତେଣୁ ଏମାନେ ବି ଉଠିଯିବେ ହେଲେ କେନ୍ଦୁଝରଗଡ଼ ମୁନସିପାଲିଟି ଅଯଥା ବେଆଇନ କାର୍ଯ୍ୟ କରି କେବଳ ଗରିବ ଲୋକଙ୍କୁ ବାଛି ବାଛି ଉଠାଉ ଥିବାରୁ ଜନ ଆକ୍ରୋଶ ବଢିଲେ କି କେହି ଅଦାଲତ ଦ୍ୱାର ଖଟଖଟ କଲେ ନଗରପାଳିକା ପାଣି ପିଇଯିବ ବୋଲି ସେଠାରେ ମଧ୍ୟ ଅଧିକ ଆଲୋଚନା ହେଉଛି। ଗରିବ ଲୋକେ ଆଗେ ଥଇଥାନ ହେବେ ପରେ ଉଠିବେ ବୋଲି ଦାବି କରି ଏହି ଉଚ୍ଛେଦ ପ୍ରକ୍ରିୟା ବନ୍ଦ କରିବାକୁ ନିବେଦନ କରିଛନ୍ତି।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

Leave a Reply

Your email address will not be published. Required fields are marked *