ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କାର୍ଯ୍ୟକ୍ରମ

ଏସବିଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନ ତରଫରୁ ସମାଜ କୁ ସଫା ସୁତୁରା ରଖିବା ପାଇଁ ନିରନ୍ତର ଉଦ୍ୟମ କଳାହାଣ୍ଡି ଜିଲ୍ଲାରେ ଜାରି ରଖିଛି। ଏହି ସଂସ୍ଥା ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଏବଂ ସ୍ଵଚ୍ଛତା ଉପରେ ସଚେତନତା କରି ଆସୁଛି।ଆଜି ଭବାନୀପାଟଣା ପୌରପାଳିକା ସ୍ଵଚ୍ଛତା ନିରୀକ୍ଷକ ଶିବ ପ୍ରସାଦ ପୂଜାରୀଙ୍କ ଦ୍ବାରା ପୌରପାଳିକା ର ସଫେଇ କର୍ମଚାରୀ ଙ୍କୁ ବର୍ଷାଋତୁକୁ ଦୃଷ୍ଟି ରେ ରଖି ରେନକୋଟ ସେଫ୍ଟି ଜେତା ଆଉ ହେଣ୍ଡ ଗ୍ଲୋବ ସ୍ୱଛ ଭାରତ ଅଭିଯାନ ମାଧ୍ୟମ ରେ ରାମକୀ ଫାଉଣ୍ଡେସନ ଦ୍ୱାରା ପ୍ରଦାନ କରାଗଲା।
ପୌର ପାଳିକାର ଅନ୍ୟାନ୍ୟ କର୍ମଚାରୀ ଙ୍କ ସହିତ ରାମକି ଫାଉଣ୍ଡେସନର ପିସି ଡାକ୍ତର ବିମଳ ଚରଣ ଷଡଙ୍ଗୀ ଭେଷଜ ବିତରକ ଜ୍ୟୋଷ୍ଣାମୟୀ ବେହେରା ଷ୍ଟାଫ ନର୍ସ ପଙ୍କଜିନି ରଣା ଏଲ ଟି ନିତୁ ନାୟକ ପାଇଲଟ ନିରଞ୍ଜନ ହାତୀ ଲିଙ୍ଗରାଜ ସ୍ୱାଇଁ ଉପସ୍ଥିତି ଥିଲେ।ଆଗକୁ ଏହି ସଂସ୍ଥା ଦ୍ଵାରା ସେହି ଅଂଚଳ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ମାନେ ପୌରପାଳିକା ପାଇଁ କରାଯିବ ବୋଲି ଆଲୋଚନା କରାଯାଇଛି।
ଏଥିପାଇଁ ପୌରପାଳିକାର ସ୍ଵଚ୍ଛତା ନିରୀକ୍ଷକ ଶ୍ରୀଯୁକ୍ତ ପୂଜାରୀ ଏସ ବି ଆଇ ଫାଉଣ୍ଡେସନ ଏବଂ ରାମକି ଫାଉଣ୍ଡେସନକୁ ଧନ୍ୟବାଦ ଅର୍ପଣ କରିଥିଲେ।
କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ