April 26, 2026
Home » ଏସିଡ ଫିଙ୍ଗି ହତ୍ୟା ଉଦ୍ୟମ ମାମଲା

ଏସିଡ ଫିଙ୍ଗି ହତ୍ୟା ଉଦ୍ୟମ ମାମଲା

0
WhatsApp Image 2026-04-26 at 4.07.18 PM

ଦୁଇ ଅଭିଯୁକ୍ତ ଙ୍କୁ ଆଜୀବନ ଜେଲ

ସୁବର୍ଣ୍ଣପୁର ଏ ଡି ଜେ ଦିଲ୍ଲୀପ କୁମାର ବିଶ୍ୱାଳ 25/04/26 ରେ ଏସିଡ ଫିଙ୍ଗି ହତ୍ୟା ଉଦ୍ୟମ ମାମଲା ର ବିଚାର କରି 2 ଜଣ ଅଭିଯୁକ୍ତ ଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି l ଏଥି ସହ 48 ହଜାର 500 ଟଙ୍କା ଜରିମାନା ଏବଂ ଜରିମାନା ଅନାଦେୟ ଅଧିକ 3 ବର୍ଷ କାରାଦଣ୍ଡ ଭୋଗିବାକୁ ରାୟ ରେ ଉଲ୍ଲେଖ କରିଛନ୍ତି l ଅଭିଯୁକ୍ତ ଦ୍ବୟ ହେଲେ ବିନିକା ବ୍ଲକ ଗୁଲୁଣ୍ଡା ଗ୍ରାମର ରାଜାରାମ ମଲ୍ଲିକ ଓରଫ ରାଜା ଏବଂ ବିକ୍ରମ ହରିପାଲ ଓରଫ ପପୁଲ l ମାମଲା ର ବିବରଣୀ ଅନୁଯାୟୀ 2021 ଡିସେମ୍ବର 2 ରେ ଗୁଲୁଣ୍ଡା ଗ୍ରାମର ବୃନ୍ଦାବନ ଛତ୍ରିଆ ଙ୍କୁ ରାଜାରାମ ଓ ବିକ୍ରମ ଏସିଡ ଫିଙ୍ଗି ହତ୍ୟା ଉଦ୍ୟମ କରିଥିଲେ l ଏଥିରେ ବୃନ୍ଦାବନ ଗୁରୁତର ହୋଇଥିଲେ l ଏ ନେଇ ପୀଡିତ ବୃନ୍ଦାବନ ଙ୍କ ସମ୍ପର୍କୀୟ ଶିବ ସରଭଙ୍ଗ 2021 ଡିସେମ୍ବର 3 ତାରିଖ ରେ ବିନିକା ଥାନା ରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାର ରେ ପୋଲିସ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଉକ୍ତ ମାମଲା ସୁବର୍ଣ୍ଣପୁର ଏ ଡି ଜେ ଙ୍କ କୋର୍ଟ ରେ ବିଚାରାଧୀନ ଥିଲା l ସରକାର ଙ୍କ ପକ୍ଷରୁ ଏପିପି ପଞ୍ଚାନନ ଦନ୍ତା ମାମଲା ପରିଚାଳନା କରୁଥିବାବେଳେ ଡି ଡି ପି ବେଣୁଲାଲ ପ୍ରଧାନ ଏବଂ ପିପି ମଧୁମିତା ଅମାତ ଏହାର ତଦାରଖ କରୁଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *