June 8, 2026
Home » ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ : ସୁବର୍ଣ୍ଣପୁରରେ ପଶ୍ଚିମ ଓଡ଼ିଶା ନାଟୁଆଙ୍କ ମହାକୁମ୍ଭ

ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ : ସୁବର୍ଣ୍ଣପୁରରେ ପଶ୍ଚିମ ଓଡ଼ିଶା ନାଟୁଆଙ୍କ ମହାକୁମ୍ଭ

0
WhatsApp Image 2026-04-26 at 6.02.02 PM

 

ସୁବର୍ଣ୍ଣପୁର: ନାଟକ, ସାହିତ୍ୟ ଏବଂ ସମାଜସେବା ପାଇଁ ସମର୍ପିତ ସୁବର୍ଣ୍ଣପୁରର ଅନୁଷ୍ଠାନ ନୋଡାଲ ଆସୋସିଏସନ୍ ଫର୍ ଅମେଚ୍ୟୋର୍ ଥିଏଟର (ନାଟ୍) ଦ୍ୱାରା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ମହା ସମାରୋହରେ ପାଳିତ ହୋଇ ଯାଇଛି । ନାଟ୍ ର ବରିଷ୍ଠ ସଦସ୍ୟ ସମୀର ସାହୁଙ୍କ ଭଜନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।
ନାଟ୍ ର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ବିଶଷ୍ଟ ନାଟ୍ୟକର୍ମୀ ପ୍ରସନ୍ନ କୁମାର ଦାଶ, ବିଶିଷ୍ଟ ଶିକ୍ଷାବିତ ପ୍ରକାଶ କୁମାର ଯୋଶୀ, ସୋନପୁର ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀ, ସୋନପୁର ପୌର ପରିଷଦର ଅଧ୍ୟକ୍ଷା ତାମସୀ ତାମସ୍ମିତା ନାୟକ ଏବଂ କବି ଆର୍ତ୍ତତ୍ରାଣ ବାବୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ପୌରାଧ୍ୟକ୍ଷା ନୂତନ ଟାଉନ ହଲ ପରିସରରେ ତିରିଶ ଲକ୍ଷ ବ୍ୟୟରେ ଭୀମଭୋଇ କଳାମଣ୍ଡପ ନିର୍ମାଣ କରିବା ପାଇଁ ଘୋଷଣା କରିଥିଲେ ଯାହାକୁ ଉପସ୍ଥିତ ଦର୍ଶକ କରତାଳି ସହ ସ୍ୱାଗତ କରିଥିଲେ । ଅତିଥି ମାନଙ୍କ ଦ୍ୱାରା ସ୍ମରଣିକା ନେପଥ୍ୟ ଉନ୍ମୋଚିତ ହୋଇଥିଲା । ଉଦଘାଟନୀ ସଭାକୁ ନାଟ୍ ର ସାହିତ୍ୟ ସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ ସଂଯୋଜନା କରିଥିବା ବେଳେ ସାଧାରଣ ସଂପାଦକ ବନମାଳି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଏକ ଦିବସୀୟ ଉତ୍ସବର ଦ୍ୱିତୀୟ ପର୍ବରେ ‘ନାଟକ ପରିବେଷଣରେ ମଞ୍ଚସଜ୍ଜା : ଐତିହ୍ୟ ଓ ସମୃଦ୍ଧି’ ଶୀର୍ଷକ ଆଲୋଚ଼ନାଚକ୍ର ନାଟର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ଼ଃ ଦ୍ୱାରିକାନାଥ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଇଣ୍ଟେକ୍ ସୋନପୁର ଶାଖାର ସହଯୋଗରେ ଆୟୋଜିତ ଏହି ଆଲୋଚ଼ନାଚକ୍ରରେ  ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀର ପୂର୍ବତନ ସଚିବ ପ୍ରବୋଧ ରଥଙ୍କ ସମେତ ଅଶୋକ ବହିଦାର, ଚିତ୍ତ ରଂଜନ ଦାଶ, ପ୍ରଦୀପ ପଣ୍ଡା, ପ୍ରଦୀପ ଡ଼ି. ମାଝି, ଶ୍ୟାମା ଓଁ ପ୍ରସାଦ ମିଶ୍ର, ସତ୍ୟ ରଞ୍ଜନ ବେହେରା, ଡଃ. ତୁଷାରକାନ୍ତ ସାହୁ, ନାଟ୍ୟଶ୍ରୀ ମାନସ ରଞ୍ଜନ ମିଶ୍ର, ଡଃ. ଅତିଶ କୁମାର ଶତପଥିଙ୍କ ପରି ପଶ୍ଚିମ ଓଡ଼ିଶାର ଲବ୍ଧପ୍ରତିଷ୍ଠିତ ନାଟ୍ୟକର୍ମୀମାନେ ଅତିଥି ଆଲୋଚ଼କ ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ନାଟ୍ ମେଲା ୨୦୨୬ ହେଉଛି ସୁବର୍ଣ୍ଣପୁରରେ ପଶ୍ଚିମ ଓଡ଼ିଶାର ନାଟୁଆଙ୍କ ମହାକୁମ୍ଭ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ମଞ୍ଚସଜ୍ଜା ଓ ମଞ୍ଚଶିଳ୍ପର ଅତୀତ ଏବଂ ବର୍ତ୍ତମାନ ସ୍ଥିତିକୁ ମନ୍ଥନ କରିବା ସହ ଭବିଷ୍ୟତ ପୀଢ଼ିଙ୍କୁ ଗଢି ତୋଳିଲେ ନାଟ୍ୟ ପରମ୍ପରା ଚିରଞ୍ଜିବୀ ହୋଇ ପାରିବ ବୋଲି ମତ ପ୍ରକାଶ ହୋଇଥିଲା । ଇଣ୍ଟେକର ଆଜୀବନ ସଦସ୍ୟ ବେଣୁଧର ପ୍ରଧାନ ପ୍ରସଙ୍ଗ ଉପସ୍ଥାପନ କରିଥିବା ବେଳେ ଇଣ୍ଟେକର ଅନ୍ୟତମ ଆଜୀବନ ସଦସ୍ୟ ଡ଼ଃ ସୌରଭ ରଂଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ ଟ୍ରେଣ୍ଡି ଏକାଡ଼େମୀର ନୃତ୍ୟଶିଳ୍ପୀମାନେ ବୀରେନ୍ଦ୍ର ମହାନନ୍ଦଙ୍କ ସଂଯୋଜନାରେ ନୃତ୍ୟ ପରିବେଷଣ କରିଥିଲେ । ଉଦ୍ୟୋଗପତି ଗୋପାଳ ନେଗୀ ଅତିଥି ଭାବେ ଯୋଗ ଦେଇ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ନାଟ ର ସଂସ୍କୃତି ସଂପାଦକ ଅବିନାଶ ହୋତାଙ୍କ ସଂଯୋଜନାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଶିଷ୍ଟ ନାଟ୍ୟକର୍ମୀ ପ୍ରସନ୍ନ ଦାଶଙ୍କୁ ଅନୁଷ୍ଠାନ ତରଫରୁ ରାଷ୍ଟ୍ରୀୟ ନାଟ୍ ସମ୍ମାନରେ ସମ୍ମାନିତ କରାଯିବା ସହ ଆଗାମୀ ଏକ ବର୍ଷ ପାଇଁ ନାଟ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଅଭିଷିକ୍ତ କରାଯାଇଥିଲା । ଏହା ସହିତ ବିଶିଷ୍ଟ ମଞ୍ଚସଜ୍ଜା ଶିଳ୍ପୀ କୁନୁ ବେଜ, ପ୍ରବୀଣ କୁମାର ଅଗ୍ରୱାଲ, ଭିନ୍ନେନ୍ଦୁ ଶେଖର ଦାଶ, ପ୍ରଳୟ କୁମାର ଶତପଥୀ, ଉମାକାନ୍ତ ବିଷୋୟୀ, ଅଶୋକ କୁମାର ମିଶ୍ର, ଚିତ୍ରସେନ ମିଶ୍ର, ସଞ୍ଜୟ ସାହୁ, ଦେବେନ୍ଦ୍ର କୁମାର ଅମାତ, ପ୍ରଭାସ ଚ଼ନ୍ଦ୍ର ମିଶ୍ର, ଲଡୁ କିଶୋର ମଲ୍ଲିକ, ରମେଶ ଗୁର୍ଲା, ଆଶିଷ କୁମାର ବାଇକର, ଅଶୋକ ବାରିକ,  ଜନ୍ମେଜୟ ନାୟକ, କୌଶିକ ଜାଲ, ତ୍ରିମୋହନ ସାହୁ ଏବଂ ଡ଼ଃ ଶ୍ୟାମ ସୁନ୍ଦର ପାଣ୍ଡେଙ୍କୁ ନାଟ୍ ବିଶ୍ୱକର୍ମା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଅତିଥି ଭାବେ ଡଃ. ଦ୍ଵାରିକାନାଥ ନାୟକଙ୍କ ସହ ବିଶିଷ୍ଟ କଳା ନିର୍ଦ୍ଦେଶକ ପ୍ରେମଚାନ୍ଦ ମଣ୍ଟୁ ମହାପାତ୍ର ଏବଂ ନାଟ୍ୟଶ୍ରୀ ଗଦାଧର ବାରିକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ନାଟର କାର୍ଯ୍ୟକାରୀ ସଭାପତି ପ୍ରଦ୍ୟୁମ୍ନ କୁମାର ସାହୁ, ଉପସଭାପତି ଶୈଳେନ୍ଦ୍ର ବସ୍ତିଆ, ସାଧାରଣ ସଂପାଦକ ବନମାଳି ପଣ୍ଡା, ସାହିତ୍ୟ ସଂପାଦକ ଲକ୍ଷ୍ମୀ ନାରାୟଣ ସାହୁ, ସମାଜସେବା ସଂପାଦକ ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ । ନାଟ ର କୋଷାଧ୍ୟକ୍ଷ ଜ୍ୟୋତି ବିକାଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ନାଟର ସଦସ୍ୟ ଗତିକୃଷ୍ଣ ବଣିଆଁ, ଶିବରାଜ କମ୍ପ, ସରିତା ପୋଥାଲ , ସବିତା ସାହୁ, ଝୁମି ମେହେର, ଶୈବାଳୀ ଦାଶ, ପ୍ରଜ୍ଞା ପରିମିତା ଦାଶ , ପ୍ରତାପ ମେହେର ପ୍ରମୁଖ କାର୍ଯକ୍ରମ ଆୟୋଜନରେ ସହଯୋଗ କରିଥିଲେ । ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *

You may have missed