November 26, 2026
Home » ଓଜେସି ପକ୍ଷରୁ କନ୍ଧମାଳ ଜିଲ୍ଲାର ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଓ ବ୍ଲକ୍ ଜନତା କଂଗ୍ରେସ ସଭାପତି ଘୋଷଣା

ଓଜେସି ପକ୍ଷରୁ କନ୍ଧମାଳ ଜିଲ୍ଲାର ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଓ ବ୍ଲକ୍ ଜନତା କଂଗ୍ରେସ ସଭାପତି ଘୋଷଣା

0
WhatsApp Image 2026-11-25 at 8.19.38 PM

ଭୁବନେଶ୍ବର, : ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଆଜି କନ୍ଧମାଳ ଜିଲ୍ଲା ନିମନ୍ତେ ଜିଲ୍ଲା ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଓ ବିଭିନ୍ନ ବ୍ଲକ୍ ପାଇଁ ବ୍ଲକ୍ ଜନତା କଂଗ୍ରେସ ସଭାପତିମାନଙ୍କୁ ନିଯୁକ୍ତ କରାଯାଇଅଛି । କନ୍ଧମାଳ ଜିଲ୍ଲାର ୯ଟି ବ୍ଲକ୍ ନିମନ୍ତେ ବ୍ଳକ୍ ଜନତା କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରାଯାଇଅଛି । ଓଜେସି କନ୍ଧମାଳ ଜିଲ୍ଲା ସଭାପତି ଆନନ୍ଦେଶ୍ବର କହଁରଙ୍କ ପ୍ରସ୍ତାବକୁ ଅନୁମୋଦନ କରି ଓଜେସି ସଭାପତି ଇଂ ମହମ୍ମଦ ମୋକିମ୍ ଏକ ପତ୍ର ମାଧ୍ୟମରେ ବ୍ଲକ୍ ଜନତା କଂଗ୍ରେସ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି ।
ଖଜୁରିପଡ଼ା ବ୍ଲକ୍ ନିମନ୍ତେ ବସନ୍ତ କୁମାର ବେହେରା, ଫୁଲବାଣୀ ବ୍ଲକ୍ ନିମନ୍ତେ ହେମନ୍ତ କୁମାର ଦିଗାଲ, ଫିରିଙ୍ଗିଆ ବ୍ଲକ୍ ନିମନ୍ତେ ମହକ ଦିଗାଲ, ଚକାପାଦ ବ୍ଲକ୍ ନିମନ୍ତେ ହ୍ରିତିକରୋଶନ ବେହେରା, ଜି.ଉଦୟଗିରି ବ୍ଲକ୍ ନିମନ୍ତେ ଶରତ ଚନ୍ଦ୍ର ପ୍ରଧାନ, ଟିକାବାଲି ବ୍ଲକ୍ ନିମନ୍ତେ ବଡ୍ରେ ଦିଗାଲ, ରାଇକିଆ ବ୍ଲକ୍ ନିମନ୍ତେ ସୁଧିର ଦିଗାଲ, ଦାରିଙ୍ଗବାଡ଼ି ବ୍ଲକ୍ ନିମନ୍ତେ ସାନୁଜ ପ୍ରଧାନ ଏବଂ କୋଟଗଡ଼ ବ୍ଲକ୍ ନିମନ୍ତେ ମିଥୁନ ନାୟକଙ୍କ ନାମ ବ୍ଲକ୍ ଜନତା କଂଗ୍ରେସ ସଭାପତି ଭାବେ ଘୋଷଣା କରାଯାଇଅଛି ।
ଅନ୍ୟ ଏକ ପତ୍ର ମାଧ୍ୟମରେ ଓଡ଼ିଶା ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା କନ୍ଧମାଳ ଜିଲ୍ଲା ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଭାବେ ଶ୍ରୀମତୀ ସାଇବାଣୀ କହଁରଙ୍କ ନାମ ଘୋଷଣା କରିଛନ୍ତି । ଉପରୋକ୍ତ ନବନିଯୁକ୍ତ ପଦାଧିକାରୀମାନଙ୍କ ନାମ ଘୋଷଣା ହେବାପରେ କନ୍ଧମାଳ ଜିଲ୍ଲା ସଭାପତି ଆନନ୍ଦେଶ୍ବର କହଁରଙ୍କ ସମେତ ସମସ୍ତ ନୂତନ ନିଯୁକ୍ତ ପଦାଧିକାରୀମାନେ ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *