July 14, 2026
Home » ଓଡ଼ିଆ ସିନେମା ଜଗତ ଓ ଧାରାବାହିକ କଳାକାର ବସନ୍ତ ଚମ୍ପତ୍ତି ମା ଆଉ ନାହାନ୍ତି 🙏

ଓଡ଼ିଆ ସିନେମା ଜଗତ ଓ ଧାରାବାହିକ କଳାକାର ବସନ୍ତ ଚମ୍ପତ୍ତି ମା ଆଉ ନାହାନ୍ତି 🙏

0
WhatsApp Image 2026-07-13 at 8.58.38 PM

କଟକ ଖାନନଗର ଅରୁଣଦୟ ନଗର ବାସିନ୍ଦା ତଥା ଜଣେ ଧର୍ମପ୍ରାଣା ମହିଳା ରୂପେ ପରିଚିତ ଶ୍ରୀମତୀ ବସନ୍ତ ମଞ୍ଜରୀ ଚମ୍ପତ୍ତିଙ୍କର ୭୩ ବର୍ଷ ବୟସରେ ପରଲୋକ ହୋଇଯାଇଅଛି | ସ୍ଥାନୀୟ ଅଞ୍ଚଳରେ ସିଏ ଜଣେ ପରୋପକାରୀ ମହିଳା ରୂପେ ପରିଚିତ ଥିଲେ | ଜଣେ ଧର୍ମପ୍ରାଣା ମହିଳା ସହିତ ଓଡ଼ିଆ ସିନେମା ଜଗତ ଓ ଟେଲିକଳାକାର ରୂପେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ | ଶ୍ରୀମତୀ ମଞ୍ଜରୀ “ଆଜି ଆକାଶେ କି ରଙ୍ଗ ଲାଗିଲା,ଦିୱାନା ଦିୱାନି, ବ୍ୟାଡ଼ ଗାର୍ଲ,ନମସ୍ତେ କମଳା ମା ଗୋ ପରି ଅନେକ ଓଡ଼ିଆ ଚଳଚିତ୍ରରେ ଅଭିନୟ କରିଛନ୍ତି | ଏହା ସହିତ ଟେଲିକଳାକାର ରୂପେ ଆମ ଘର ଲକ୍ଷ୍ମୀ,ଜୀବନ ସାଥୀ , ଶଙ୍ଖା ସିନ୍ଦୁର , ସିଂହଦ୍ଵାର ପରି ଅନେକ ଓଡ଼ିଆ ଧାରାବାହିକରେ ମଧ୍ୟ ତାଙ୍କର ନିଖୁଣ ଅଭିନୟ ପ୍ରତିପାଦନ କରି ପାରିଛନ୍ତି | ଶ୍ରୀମତୀ ମଞ୍ଜରୀ ଶାଶ୍ୱତ ପ୍ରତିଭା ସମ୍ମାନ,ୱାଲେଟ ଫିଲ୍ମସ ଫେଷ୍ଟିଭାଲ ପୁରସ୍କାର, ଉତ୍କଳ ୟୁଵା ସାଂସ୍କୃତିକ ସମ୍ମାନ ପରି ଅନେକ ପ୍ରତିଭାବାନ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଛନ୍ତି | ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁତ୍ର, କନ୍ୟା,ଜ୍ୱାଇଁ ଏବଂ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ଥିଲେ | ନିଜ ବାସଭବନରୁ ଏକ ଶୋଭାଯାତ୍ରାରେ ବାହାରି ପୁରୀ ସ୍ୱର୍ଗଦ୍ୱାର ସ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା | ପୁତ୍ର ବିଶ୍ୱ ରଞ୍ଜନ ଚମ୍ପତ୍ତି ମୁଖାଗ୍ନି ଅର୍ପଣ କରିଥିଲେ | ତାଙ୍କର ଏହି ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଅଛି |

Leave a Reply

Your email address will not be published. Required fields are marked *