July 14, 2026
Home » ବୌଦ୍ଧର ଦୁଇଜଣ ଶିକ୍ଷକ ନେତାଙ୍କୁ ମିଳିଲା ଶିକ୍ଷାରତ୍ନ ସମ୍ମାନ l

ବୌଦ୍ଧର ଦୁଇଜଣ ଶିକ୍ଷକ ନେତାଙ୍କୁ ମିଳିଲା ଶିକ୍ଷାରତ୍ନ ସମ୍ମାନ l

0
WhatsApp Image 2026-07-14 at 6.06.20 PM

 

ସୁବର୍ଣ୍ଣପୁର: ଓଡ଼ିଶା ଅଭିଭାବକ ମହାସଂଘ ଓ ରୋଟାରୀ କ୍ଲବର ମିଳିତ ଆନୁକୁଲ୍ୟରେ ଆୟୋଜିତ ଓଡ଼ିଶା ଶିକ୍ଷାରନ୍ନ ସମ୍ମାନ ମାନ୍ୟବର ବିଚାରପତି ବି.ଆର. ଷଡ଼ଙ୍ଗୀ ଓ ଅବସରପ୍ରାପ୍ତ IPS ଅନୁପ ପଟ୍ଟନାୟକଙ୍କଠାରୁ ଜୟ ଦେବ ଭବନ ଭୁବନେଶ୍ଵରରେ ବୌଦ୍ଧ ଜିଲ୍ଲାର ତେଲିବନ୍ଧ ନୋଡାଲ ହାଇ ସ୍କୁଲର ସହକାରୀ ଶିକ୍ଷକ ଶମ୍ଭୁ ଗିରି ଓ କୃଷମୋହନପୁର ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମହେଶ ପ୍ରସାଦ ସେଠି ଗ୍ରହଣ କରିଛନ୍ତି । ଶ୍ରୀ ଗିରି ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରକୃତିବନ୍ଧୁ ପୁରସ୍କାର, ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ଉପସଭାପତି, ବୌଦ୍ଧ ଜିଲ୍ଲାପ୍ରାଥମିକ ଶିକ୍ଷକ ସଂଘ କାର୍ଯ୍ୟକାରୀ ସଭାପତି, ଓଡିଶାର ଅବହେଳିତ ଜନସାଧାରଣଙ୍କ କଲ୍ୟାଣ ପାଇଁ ଲୋକ ସେବକ ମଣ୍ଡଳ, ଓଡିଶା ତରଫରୁ ଗୋପବନ୍ଧୁ ଜ୍ୟୋତି ସଂମ୍ମାନ, ଯୁବକ ମାନଙ୍କ କଲ୍ୟାଣ ପାଇଁ ଜିଲ୍ଲା ଯୁବ ସଂମ୍ମାନ ପୁରସ୍କାର ଆଦି ଅନେକ ପୁରସ୍କାର ଓ ସଂମ୍ମାନିତ ହୋଇ ଥିବାବେଳେ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନରେ ସକ୍ରିୟ ଭାବରେ ଅଂଶ ଗ୍ରହଣ କରିଆସୁଛନ୍ତି l ଶ୍ରୀଯୁକ୍ତ ସେଠି ମଧ୍ୟ ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ଥାଇ ଶିକ୍ଷକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଛି l ଶ୍ରୀଯୁକ୍ତ ଗିରି ଓ ସେଠି ଉଭୟ ଓଡିଶା ଶିକ୍ଷାରତ୍ନ ସଂମ୍ମାନରେ ସଂମ୍ମାନିତ ହୋଇଥିବାରୁ ଜିଲ୍ଲାର ବିଭିନ୍ନ ଶିକ୍ଷକ ସଂଘ ତଥା କର୍ମଚାରୀ ସଂଗଠନ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *