August 21, 2026
Home » ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅଗ୍ରଗତି

ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅଗ୍ରଗତି

0
WhatsApp Image 2026-05-03 at 3.56.53 PM

ଭୁବନେଶ୍ୱର,: ରାଜ୍ୟର ସମସ୍ତ ସହରାଞ୍ଚଳରେ ୨୪ଘଣ୍ଟିଆ ପାନୀୟ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାର ନିଜର ପ୍ରୟାସକୁ ଆହୁରି ଜୋରଦାର କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନଠାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଜନସ୍ୱାସ୍ଥ୍ୟ ବୈଷୟିକ ସଂଗଠନ (PHEO)ର ୨୦୨୬-୨୭, ୨୦୨୭-୨୮ ଏବଂ ୨୦୨୮-୨୯ ବର୍ଷ ପାଇଁ ବାର୍ଷିକ କାର୍ଯ୍ୟଖସଡ଼ା ଉପରେ ବିସ୍ତୃତ ଆଲୋଚନା କରାଯାଇ ଅନୁମୋଦିତ ହୋଇଛି।ରାଜ୍ୟର ୮୬ଟି ପୌରାଞ୍ଚଳରେ ୨୦୨୬ ସୁଦ୍ଧା ଜନସଂଖ୍ୟା ୩୧.୫୦ ଲକ୍ଷରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ ଦୈନିକ ୪୫୨ ନିୟୁତ ଲିଟର ପାନୀୟ ଜଳ ଯୋଗାଇ ଦିଆଯାଉଛି। ସମସ୍ତ ସହରାଞ୍ଚଳରେ ୨୪x୭ ଜଳ ଯୋଗାଣ ଲକ୍ଷ୍ୟ ନେଇ ଏକ ବ୍ୟାପକ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି: ୨୦୨୫-୨୬ ବର୍ଷରେ ୯ଟି ପୌରାଞ୍ଚଳକୁ ଏହି ସେବାରେ ସାମିଲ କରାଯାଇଥିବା ବେଳେ, ୨୦୨୬-୨୭ ଏବଂ ୨୦୨୭-୨୮ ବର୍ଷରେ ପ୍ରତ୍ୟେକ ବର୍ଷ ୩୮ଟି ଲେଖାଏଁ ପୌରାଞ୍ଚଳକୁ ସାମିଲ କରାଯିବ। ‘ସୁଜଳ’ କାର୍ଯ୍ୟକ୍ରମ ଅଧୀନରେ ମୋଟ ୫୪୪ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି, ଯେଉଁଥିରୁ ୨୮୯ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇସାରିଛି।୨୦୨୬-୨୭ ବର୍ଷରେ ୧୦୨ଟି ନୂତନ ପ୍ରକଳ୍ପ ସମେତ ମୋଟ ୩୯୧ଟି ପ୍ରକଳ୍ପ ପାଇଁ ପ୍ରାୟ ୧୫୦୦ କୋଟି ଟଙ୍କା ବ୍ୟୟ କରାଯିବ। ୨୦୨୭-୨୮ ରେ ୯୨ଟି ନୂତନ ପ୍ରକଳ୍ପ ପାଇଁ ୯୭୮ କୋଟି ଟଙ୍କା ବିନିଯୋଗ କରାଯିବାର ଯୋଜନା ରହିଛି।

ଶ୍ରୀମତୀ ପାଢୀ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ, ସରକାରଙ୍କ ସାର୍ବଜନୀନ ୨୪x୭ ପାନୀୟ ଜଳ ଯୋଗାଣ ସଂକଳ୍ପକୁ ପୂରଣ କରିବା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ପାଣ୍ଠିର ସର୍ବାଧିକ ବ୍ୟବହାର ଏବଂ କାର୍ଯ୍ୟର ଗତି ବଢ଼ାଇବା ଜରୁରୀ। ଏଥିସହିତ, ବିଶୁଦ୍ଧ ପାନୀୟ ଜଳର ଅପବ୍ୟବହାର ରୋକିବା ପାଇଁ ସେ ଗୁରୁତ୍ୱାରୋପ କରିଛନ୍ତି। ବଗିଚା କାମ, ଗାଡ଼ି ଧୋଇବା ଏବଂ ନିର୍ମାଣ କାର୍ଯ୍ୟ ପାଇଁ ପାନୀୟ ଜଳ ପରିବର୍ତ୍ତେ ବିକଳ୍ପ ଜଳ ଉତ୍ସ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଶାସନ ସଚିବ ଶୁଭାନନ୍ଦ ମହାପାତ୍ର, ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ସଚିବ ଶ୍ରୀମତୀ ଶିଖା ବିଶ୍ୱାଳ, PHEO ର ଯନ୍ତ୍ରୀ ମୁଖ୍ୟ ବିଳାସ ବେହେରାଙ୍କ ସମେତ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed