ଟି.ଜି.ଏସ (TGS) କମ୍ପାନୀ ଏନାର୍ଜି ଲିମିଟେଡ଼ ଦ୍ୱାରା ଭିନ୍ନକ୍ଷମ ମାନଙ୍କ ପାଇଁ ନୂଆ ପ୍ରୟାସ
ଛତ୍ରପୁର: ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ପଞ୍ଚାୟତ ନିଳାଦ୍ରୀପୁର ଗ୍ରାମର ରାଜୀବ ଗାନ୍ଧୀ ସଭା ଗୃହରେ TGS (ଟି.ଜି.ଏସ) କମ୍ପାନୀ ଏନାର୍ଜି ଲିମିଟେଡ଼ ଦ୍ୱାରା ଚାରିଟି ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ଟି.ଜି.ଏସ କମ୍ପାନୀ ହେଉଛି ନ୍ୟୁୟର୍କ ଏକ ଆମେରିକା ରୋବୋଟ ପରିଚାଳିତ କମ୍ପାନୀ । ଏହାର ମୁଖ୍ୟ ଲକ୍ଷ୍ୟ ହେଲା ବିଭିନ୍ନ ଟେକ୍ନିକାଲ ମାଧ୍ୟମରେ ସେବା ଯୋଗାଉଥିବା ରୋବୋଟ ନୂଆ ନୂଆ ଭାବରେ ତିଆରି କରିବା ଏବଂ ଭିନ୍ନ ଭିନ୍ନ ମେଡିକାଲ ,ଫ୍ୟାକ୍ଟ୍ରି ଓ ହୋଟେଲ ରେ ରୋବୋଟ ମାନଙ୍କୁ ଭଡ଼ାରେ ଦେବା ସହିତ ଏଥିରୁ ରୋଜଗାର ପନ୍ଥା ବାହାର କରିବାରେ ସହାୟକ ହୋଇଥାଏ । ଏହି କାର୍ଯ୍ୟକ୍ରମରେ କରପଡ଼ା ପଞ୍ଚାୟତର ନୀଳାଦ୍ରୀପୁର ଗ୍ରାମର ବିକଳାଙ୍ଗ ମାନଙ୍କ ପାଇଁ କମ୍ପାନୀ ତରଫରୁ ଗୋଟେ ଷ୍ଟିଲ ବୋଟେଲ୍,ଷ୍ଟିଲ ପ୍ଲେଟ୍ , ଟୁବାଲ, ଏକ ଛୋଟ ଉପହାର ଭାବେ ସଭିଙ୍କୁ ପ୍ରଦାନ କରାଯାଇଥିଲା ଏବଂ ସମସ୍ତ ଏହାକୁ ପାଇ ବହୁ ଖୁସି ଅନୁଭବ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କରପଡ଼ା ପଞ୍ଚାୟତ ର ସରପଞ୍ଚ ଅଜୟ କୁମାର ନାୟକ, ସମାଜ ସେବୀ ଗୋପୀନାଥ ନାୟକ, ସୁଦଷ୍ଠା ନାୟକ, (ଟି.ଜି.ଏସ) ସହଯୋଗୀ କର୍ମୀ ଜ୍ୟୋନିତା ମୁଦୁଲି,ସନ୍ତୋଷ ମୁଦୁଲି, କ୍ରିଷ୍ଣା,ସାଗର ବେହେରା,ବିଷ୍ଣୁ ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ,ଯୋଗଦେଇ ଥିବା ବେଳେ ଶ୍ରୀ ନାୟକ କମ୍ପାନୀ ର ମୁଖ୍ୟ ଙ୍କୁ ଏଭଳି ସୁନ୍ଦର ଆୟାଜନ ପାଇଁ ସାଧୁବାଦ ଜଣାଇଛନ୍ତି ତାହା ସହିତ ଏହିପରି ସବୁ ପଞ୍ଚାୟତ,ବ୍ଲକ, ଜିଲ୍ଲା, ସାରାଦେଶ ରେ କାର୍ଯ୍ୟକ୍ରମ କୁ ଆଗକୁ ନେଇଯିବାକୁ ପରାମର୍ଶ ଦେଇଛନ୍ତି । ତେବେ ଏପରି କାର୍ଯ୍ୟକ୍ରମ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ପ୍ରଥମ ଥର ପାଇଁ ହୋଇଥିବା ନେଇ ସୂଚନା ମିଳିଛି। ଏଠାରେ ସୂଚନା ଯୋଗ୍ୟ ଯେ ଏହି (ଟି.ଜି.ଏସ)କମ୍ପାନୀ ମୁଖ୍ୟତଃ ବିଭିନ୍ନ ସାମାଜିକ ଆନୁଷ୍ଠାନିକ କାର୍ଯ୍ୟକ୍ରମ କରେ ଏବଂ କାମ ମଧ୍ୟ ଦେଇଥାଏ ଯାହା ଫଳରେ ବିକଳାଙ୍ଗ ଯୁବକ ଯୁବତୀ ମାନେ ରୋବୋଟ ସାହାଯ୍ୟରେ କାମ କରି ନିଜେ ଓ ନିଜର ପରିବାରର କୁ ସ୍ୱାବଲମ୍ବୀ କରାଇବାରେ ସଫଳ ହୁଅନ୍ତି । ଏହି କାର୍ଯ୍ୟକ୍ରମ କୁ (ଟି.ଜି.ଏସ) TGS ର ଟିମ୍ ଲିଡର ଟୁନା ପଣ୍ଡା ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।।
chatrapur epa ru muna behera nka report
