ଓପି ଜିନ୍ଦଲ ସ୍ମାରକୀ ଭଲି ଟୁର୍ଣ୍ଣାମେଣ୍ଟ: ଏମଟିଆରସି ସେରେଣ୍ଡା- ଏ ଚାମ୍ପିଅନ
ଯୋଡ଼ା – ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ-ଖରେ ଆୟୋଜିତ ଓପି ଜିନ୍ଦଲ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିଚ ହୋଇଯାଇଛି। ଏମଟିଆରସି ସେରେଣ୍ଡା-ଏ ଟିମ ଚାମ୍ପିଅନ ହୋଇଛି।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ଏସଡିପିଓ ଶ୍ରୀ ଦେବେନ୍ଦ୍ର କୁମାର ପିଙ୍ଗୁଆ ଯୋଗଦେଇଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିନ୍ଦଲ ଷ୍ଟିଲ ବିକେଟିଆର-କ୍ଲଷ୍ଟର ହେଡ୍ ଶ୍ରୀ ପ୍ରମୋଦ କୁମାର ପାତ୍ର ଓ ସ୍ଥାନୀୟ ଅଞ୍ଚଳର ପ୍ରମୁଖ ନେତା ସମାଜସେବୀ ଯୋଗଦେଇଥିଲେ।

ଏହି ଟୁର୍ଣ୍ଣାମେଣ୍ଟରେ ସେରେଣ୍ଡା, ଭଦ୍ରାସାହି, ଭୂୟାଁ ରୋଇଡ଼ା ପଞ୍ଚାୟତର ମୋଟ ୧୬ଟି ଟିମ୍ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ୟାଚ ଏମଟିଆରସି ସେରେଣ୍ଡା-ଏ ଓ ଭୁଷୁଗାଁ ମଧ୍ୟରେ ହୋଇଥିଲା। ଫାଇନାଲ ମ୍ୟାଚ ଦେଖିବାକୁ ବହୁ ଦର୍ଶକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଅଞ୍ଚଳରେ କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନର ପ୍ରୋତ୍ସାହନକୁ ସମସ୍ତେ ପ୍ରଶଂସା କରିଥିଲେ। ବିଶେଷ କରି ବିଭିନ୍ନ ସମୟରେ ଏଭଳି କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିବାରୁ ସମସ୍ତେ ଧନ୍ୟବାଦ ଦେଇଥିଲେ।ପାରିପାର୍ଶ୍ୱିକ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, କ୍ରୀଡ଼ା ଓ ସଂସ୍କୃତିର ବିକାଶ ପାଇଁ ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ଉଦ୍ୟମ ଜାରି ରଖିଛି।
କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ନିଉଜ ।
