କଟକ ଜିଲ୍ଲାରେ ସରକାରୀ ନିର୍ଦ୍ଦେଶକୁ ଫୁ : ସବୁ କାର୍ଯ୍ୟାଳୟରେ ଗାଦି ମାଡିବାସିଛନ୍ତି ଅଧିକାରୀ ଓ କର୍ମଚାରୀ
କଟକ : କଟକ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ସରକାରଙ୍କ ନିର୍ଦ୍ଦେଶକୁ ଫୁ କରି ଖୋଲାମ ଖୁଲା ଅବମାନନା କରାଯାଉଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । କଟକ ମହାନଗର ନିଗମ ଠାରୁ ଆରମ୍ଭ କରି ଜିଲ୍ଲାପାଳ କାର୍ଯ୍ୟାଳୟ, ଆର୍.ଡ଼ି.ସି, ସି.ଡ଼ି.ଏମ୍.ଓ, କଟକ ସଦର ତହସିଲ, ଉପ ଜିଲ୍ଲାପାଳ, ରାଜସ୍ଵ ପରିଷଦ କାର୍ଯ୍ୟାଳୟ, ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ସମଗ୍ର ଜିଲ୍ଲାର ପ୍ରାୟ ଅନେକ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦୀର୍ଘ ବର୍ଷ ହେବ ଗାଦି ମାଡିବାସିଛନ୍ତି ଅଧିକାରୀ ଓ କର୍ମଚାରୀ ସରକାରଙ୍କର କଡା ନିର୍ଦ୍ଦେଶ ଅଧିକାରୀ ଓ କର୍ମଚାରୀ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଉର୍ଦ୍ଧ ରହିପାରିବେ ନାହିଁ । କିନ୍ତୁ କଟକ ଜିଲ୍ଲାରେ ସମଗ୍ର କାର୍ଯ୍ୟାଳୟରେ ସରକାରୀ ନିୟମକୁ ଖୋଲାମ ଖୁଲା ଚ୍ୟାଲେଞ୍ଜ କରି ବଦଳି ନିୟମକୁ ପାଳନ କରାଯାଉନାହିଁ ଫଳରେ ଦୁର୍ନୀତି କମିବା ବଦଳରେ ବଢି ବଢି ଚାଲିଛି । ଏପରିକି କିଛି ଅଧିକାରୀ ଓ କର୍ମଚାରୀ ୨୦ ବର୍ଷରୁ ଉର୍ଦ୍ଧ ସମୟ ଧରି ଗାଦି ମାଡି ବସିରହିଥିବାରୁ ଏପରି ଏକ ଗରୁତ୍ଵପୂର୍ଣ୍ଣ ଘଟଣାକୁ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇ କେଉଁ ଅଧିକାରୀ ଓ କର୍ମଚାରୀ ଦୀର୍ଘ ବର୍ଷ ଧରି ଗାଦି ମାଡି ବସିଛନ୍ତି, ତଦନ୍ତ/ଅନୁସନ୍ଧାନ କରାଯିବାର ସମୟ ଆସିଛି । ତେଣୁ ଜିଲ୍ଲାପାଳ ମହୋଦୟ ଅଭିଯୋଗକୁ ଗରୁତ୍ଵର ସହିତ ବିଚାରକୁ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସାଧାରଣରେ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀ ସୂଚନା ଦେଇଛନ୍ତି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
