July 6, 2025
Home » କଳାହାଣ୍ଡି:ବିଦ୍ୟୁତ୍ ଆଘାତ ରେ ମା ପୁଅ ମୃତ

କଳାହାଣ୍ଡି:ବିଦ୍ୟୁତ୍ ଆଘାତ ରେ ମା ପୁଅ ମୃତ

0
WhatsApp Image 2025-04-22 at 12.34.26 PM

କଳାହାଣ୍ଡି ଜିଲ୍ଲା ମଦନପୁ୍ର ରାମପୁର ଥାନା ଅନ୍ତର୍ଗତ ସାଇଦଲଙ୍ଗା ଗ୍ରାମପଞ୍ଚାୟତ ର ଟୁର୍ଚି ( ଡଙ୍ଗର ପଡ଼ା ) ଠାରେ ସକାଳ ପ୍ରାୟ ନଅଟା ସମୟ ରେ ଏକ ଅଭାବନୀୟ ଘଟଣାକ୍ରମରେ ବିଦ୍ୟୁତ୍ ଆଘାତରେ ମାଆ ଓ ପୁଅ ଙ୍କ ମୃତ୍ୟୁ ଘଟିବା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ସୂଚନା ଅନୁଯାୟୀ,ଆଜି ସକାଳ ପ୍ରାୟ ନଅ ଘଣ୍ଟା ସମୟରେ ମଗସିର ସୁନା ଙ୍କ ପତ୍ନୀ ସୁନାଫୁଲ ସୁନା(୬୨) ଓଦା କପଡ଼ା ଶୁଖେଇବାକୁ ଯାଇ ବିତ୍ୟୁତ୍ ସଂଯୋଗ ରେ ଆସିଥିଲେ। ମାଆ ଙ୍କ ଜୀବନ ବଞ୍ଚାଇବାକୁ ଯାଇ ପୁଅ ରବି ସୁନା(୩୫) ମଧ୍ୟ ବିଦ୍ୟୁତ୍ ଆଘାତ ର ଶିକାର ହେଇଥିଲେ। ଘଟଣା ସ୍ଥଳରେ ହିଁ ମା ପୁଅ ଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା କୁ ନେଇ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

କଳାହାଣ୍ଡି ଜିଲ୍ଲା ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *