August 22, 2026
Home » କଳାହାଣ୍ଡି ଉତ୍ସବ ଅଵସର ରେ ମହିଳା ଙ୍କ ବିଭିନ୍ନ ପ୍ରତିଯୋଗିତା

କଳାହାଣ୍ଡି ଉତ୍ସବ ଅଵସର ରେ ମହିଳା ଙ୍କ ବିଭିନ୍ନ ପ୍ରତିଯୋଗିତା

0
WhatsApp Image 2026-01-13 at 5.26.45 PM

ଧର୍ମଗଡ଼ ଠାରେ ଜିଲ୍ଲା ସ୍ତରୀୟ କଳାହାଣ୍ଡି ଉତ୍ସଵ ଘୁମୁରା ଉପଲକ୍ଷେ ସରକାରୀ ବାଳିକା ବିଦ୍ୟାଳୟ ରେ ମହିଳା ମାନଙ୍କ ମଧ୍ୟରେ ହୁଳହୁଳି , ରଙ୍ଗୋଲି,ଝୋଟି ଓ ମେହେନ୍ଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରତିଯୋଗୀତା ରଙ୍ଗୋଲି ରେ ସ୍ଵପ୍ନା ମେହେର ପ୍ରଥମ, ଝରଣା ନାଏକ ଦ୍ଵିତୀୟ ଓ  ଖୁସବୁ ସୁନାନୀ ତୃତୀୟ, ମେହେନ୍ଦୀରେ ନେହାସ୍ମିତା ଗୋପାଳ ପ୍ରଥମ, ଯାଜ୍ଞସେନୀ ସୁନାନୀ ଦ୍ଵିତୀୟ ଓ  ଗଙ୍ଗା ଠାକୁର ତୃତୀୟ, ଝୋଟିରେ ଭାରତୀ ଗଉଡ ପ୍ରଥମ, ଜଳି ରଣା ଦ୍ଵିତୀୟ ଓ ବବିତା ନାଏକ ତୃତୀୟ, ହୁଳହୁଳିରେ ସୁନିତା ମହାନ୍ତି ପ୍ରଥମ ରଞ୍ଜନୀ ଚାଲାନ ଦ୍ଵିତୀୟ ଏବଂ ପଙ୍କଜିନୀ ଅଧିକାରୀ ତୃତୀୟ  ସ୍ଥାନ ଗ୍ରହଣ କରିଥିଲେ। 

ଏହି ପ୍ରତିଯୋଗିତାରେ ବିଜ୍ଞାପିତ ପରିଷଦ ର ଅଧ୍ୟକ୍ଷ  ଅଶୋକ ମହାନ୍ତି, ଉପାଧ୍ୟକ୍ଷା ମନୀଷା ମିଶ୍ର, ପ୍ରଚାର ଓ ପ୍ରସାର କମିଟି ଅଧ୍ୟକ୍ଷ ବିରଞ୍ଚି  ନାରାୟଣ ଜାଲ, ସିଡ଼ିପିଓ ଧରିତ୍ରୀ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଥିଲେ।  କାର୍ଯକ୍ରମ ପ୍ରତିଯୋଗୀତା କମିଟି ର ଅଧକ୍ଷ ନିରଞ୍ଜନ ମୁଦୁଲି ଙ୍କ ତତ୍ତ୍ଵାବଧାନରେ ରେ ଅନୁଷ୍ଠିତ ପ୍ରତିଯୋଗିତାରେ  ଲିପିକା ବାଗ, ଦିନେଶ ପାତ୍ର, ସରୋଜ ପଣ୍ଡା,ରାଜେନ୍ଦ୍ର ଆଚାର୍ଯ୍ୟ,ମୁକେଶ ଛତ୍ରିଆ ଙ୍କ ସହିତ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ  ମାନେ ପରିଚାଳନା ରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *

You may have missed

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।