କଳିଙ୍ଗ ବାଲିଯାତ୍ରାର ଚତୁର୍ଥ ସନ୍ଧ୍ୟା
ମ୍ୟୁଜିକ ନାଇଟ୍ ଓଲିଉଡ଼ ସିଙ୍ଗର ତାରିକ ଅଜିଜ ଓ ଆର ଏସ କୁମାର ଗୀତରେ ଦର୍ଶକ ଝୁମିଲେ
ପାରାଦୀପ, : କଳିଙ୍ଗ ବାଲିଯାତ୍ରା ର ଚତୁର୍ଥ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବେଶ ଆକର୍ଷଣ ଥିଲା lଚତୁର୍ଥ ସନ୍ଧ୍ୟା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଗୁଡିକ ଆକର୍ଷଣୀୟ ପାଲଟିଥିବା ବେଳେ ଦର୍ଶକ ମଞ୍ଚ ସମ୍ମୁଖରେ ବସି ଏହାର ମଜା ନେଇଥିଲେ । ୪ଟା ରୁ ମଞ୍ଚ ପରିଚାଳନା କାର୍ଯ୍ୟକ୍ରମ ମା ମଙ୍ଗଳା କଳା ପରିଷଦ ଭଜନ ସନ୍ଧ୍ୟା,ପାରାଦ୍ୱୀପର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ପରିବେଷଣ କରିଥିଲେ ଓ ଏହାପରେ ସମ୍ବଲପୁରୀ ନୃତ୍ୟ, ସେମି କ୍ଲାସିକାଲ, ଲୋକନୃତ୍ୟ, ପୁରୀର ମାହାରୀ ଡ୍ୟାନ୍ସ, ବିଶେଷକରି ଖୋର୍ଦ୍ଧା ପୁଷ୍ପିତା ମିଶ୍ର ଙ୍କ ଓଡିଶୀ ନୃତ୍ୟ ପରିବେଷଣ ବେଶ୍ ମନୋମୁଗ୍ଧକର ହୋଇଥିଲା l ନୃତ୍ୟ, ଗଞ୍ଜାମ ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ର ପଶୁ ମୁଖ ନୃତ୍ୟ, ମିୟୁଜିକାଲ ନାଇଟ୍ ଓଲିଉଡ଼ ସିଙ୍ଗର ତାରିକ ଅଜିତ ଏବଂ ଆର ଏସ୍ କୁମାରଙ୍କର କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲିକି ଥିଲା । ଆଜି ଗତ ତିନିଦିନ ଅପେକ୍ଷା ଲୋକଙ୍କ ଭିଡ ସେଭଳି ନଥିଲା । ଚତୁର୍ଥ ସନ୍ଧ୍ୟା ରେ ଆୟୋଜିତ ସଭାରେ ପାରାଦୀପ ଏଡିଏମ୍ ନିରଞ୍ଜନ ବେହେରା ସଭାପତିତ୍ବ କରି ପ୍ରଥମେ ଅତିଥି ପରିଚୟ ପ୍ରଦାନ କରିଥିଲେ l


ମୁଖ୍ୟ ଅତିଥି ଭାବେ ଆଇଓସିଏଲ, ପାରାଦୀପ ରିଫାଇନାରୀ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୌଶିକ ବସୁ, ସମ୍ମାନିତ ଅତିଥି ଭାବେ ପିଆଇସିଟି ଟର୍ମିନାଲ ମୁଖ୍ୟ ରାଜେଶ ନାୟକ, ଇଫକୋ ମାନବ ସମ୍ବଳ ମୁଖ୍ୟ ବିଜୟ କୁମାର ପରିଡା ଯୋଗଦେଇ ଥିଲେ l ଶେଷରେ କୁଜଙ୍ଗ ତହସିଲଦାର ସ୍ଵରୂପ ନନ୍ଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ବହୁତ୍ ଷ୍ଟଲ ଖୋଲା ଥିବାରୁ ଦର୍ଶକ ମାନେ କିଣା କିଣିର ମଜ୍ଜା ନେଇପାରିଥିଲେ । ତା ସାଙ୍ଗକୁ ଖାଇବା ଷ୍ଟଲ ଗୁଡିକ ଭିଡ ଦେଖିବାକୁ ମିଳିଥିଲା। ଓରମାସ ପକ୍ଷରୁ ଯେତିକି ଷ୍ଟଲ ରହିଛି ସବୁଥିରେ ପ୍ରାୟତଃ ଲୋକମାନେ କିଣାକିଣି କରୁଥିବାର ଦେଖିବାକୁ ମିଳିଥିଲା । । ପାରାଦୀପ ସହର ସମେତ ଆଖପାଖ ଅଞ୍ଚଳ ବ୍ୟତୀତ ପଡୋଶୀ ଜିଲ୍ଲା ରୁ ଲୋକ ଆଜି ବାଲିଯାତ୍ରା ମହୋତ୍ସବ କୁ ଦେଖିବା ପାଇଁ ଆସିଥିଲେ । ଆଜି ଅଧିକ ଜନ ସମାଗମ ହେବାକୁ ଥିବା ଲକ୍ଷ୍ୟ ରେ ଷ୍ଟାଣ୍ଡ ର ଯୁବକ ମାନେ ଦିନ ୩ ଟାରୁ ଥାନା ଛକ, ଜୟଦେବ ସଦନ ଛକ ଗୁଡିକରେ ଗାଡି ଗୁଡିକୁ ଷ୍ଟାଣ୍ଡ ରେ ରଖିବାକୁ ଜୁଲମ କରିଥିଲେ । ନୂଆବଜାର ଅଞ୍ଚଳରେ ରହୁଥିବା କାର ଗୁଡିକୁ ଜୟଦେବ ସଦନ ଛକରେ ଜବରଦସ୍ତ ଅଟକାଯାଉଥିଲା । ପୋଲିସ ର ଜାଣତାରେ ଏହା କରାଯାଉଥିବା ଉକ୍ତ ଯୁବକ ମାନେ ଖୋଲାଖୋଲି ଲୋକଙ୍କୁ କହୁଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ଯାତ୍ରା ପଡିଆର ସବୁଆଡେ ଆଇନି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା । ଜିଲ୍ଲା ପ୍ରଶାସନ, ପୌର ପ୍ରଶାସନ ଓ ପୋଲିସ ପ୍ରଶାସନ ଯାତ୍ରା କୁ ଶୃଙ୍ଖଳା ର ସହିତ ସମାପନ କରିବାକୁ ଲାଗି ପଡିଛନ୍ତି ।ଛିନତାଇ କୁ ରୋକିବା ପାଇଁ ଯାତ୍ରା ପଡ଼ିଆରେ ସିସିଟିଭି ଲାଗିଥିବା ବେଳେ ପୋଲିସ କଡା ନଜର ରେ ରଖିଛି । ଆଜି ଗୁରୁବାର ପାଇଁ ଆମିଷ ଷ୍ଟଲ ବିଶେଷକରି ଭିଡ ରହିନଥିଲା l ତେବେ ଆସନ୍ତା କାଲି ଶୁକ୍ରବାର ଜନ ଗହଳି ବଢିବା ନେଇ ଆଶା କରାଯାଉଛି l
