କାର ଦୁର୍ଘଟଣା ରେ ଜଣେ ମୃତ
ସୁବର୍ଣ୍ଣପୁର — କାର ଦୁର୍ଘଟଣା ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି l ଗୁରୁତର ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି l ଆଜି କୋଟସମଲେଇ–ଜାଲୋଏ ରାସ୍ତାରେ ଭୟଙ୍କର କାର ଦୁର୍ଘଟଣାରେ ଘଟଣା ସ୍ଥଳ ଜଣଙ୍କର ମୃତ୍ୟୁ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋଟସମଲେଇ–ଜାଲୋଏ ରାସ୍ତାର ଘିକୁଣ୍ଡି ବୁଲାଣି ନିକଟରେ ଏକ ଭୟଙ୍କର କାର ( XUV କାର ନମ୍ବର – OD -31L 4222) ଦୁର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଥିଲେ । ମୃତ ଯୁବକ ଜଣକ ବୀରମହାରାଜପୁର ନିକଟ କେନ୍ଦୁପାଲି ଗ୍ରାମର ଚିକୁ ମେହେର l ଗୁରୁବାର ଦିନ କିଛି ସାଙ୍ଗଙ୍କ ସହିତ ଠେଙ୍ଗୋ ଡ୍ୟାମ ଓ ପାତାଳି ଶ୍ରୀ କ୍ଷେତ୍ର କୁ ଭୋଜି କରିବା ସହ ବୁଲିବାକୁ ଯାଇ ଘରକୁ ଫେରିବା ସମୟ ରେ ଏହି ଦୁର୍ଘଟଣା ଘଟିଥିଲା l କାର ଟି ଦୃତ ଗତି ରେ ଆସି ଏକ ଗଛ କୁ ଜୋର ରେ ଧକ୍କା ଦେଇ ଓଲଟି ପଡି ପ୍ରାୟ ଦୁଇ ଶହ ମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲା l ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ଖେଳିଯାଇଥିଲା।

ସୂଚନା ଅନୁସାରେ, ଏକ କାର କୋଟସମଲେଇ ପଟରୁ ଜାଲୋଏ ଅଭିମୁଖେ ଯାଉଥିବା ବେଳେ ଘିକୁଣ୍ଡି ବୁଲାଣି ନିକଟରେ ହଠାତ୍ ଭାରସାମ୍ୟ ହରାଇଥିଲା। ଫଳରେ କାରଟି ରାସ୍ତା ଉପରେ ଓଲଟି ପଡ଼ିବା ସହ ଏଥିରେ ଥିବା ଯାତ୍ରୀମାନେ ଗୁରୁତର ଭାବେ ଆହତ ହୋଇଥିଲେ।
ଦୁର୍ଘଟଣା ସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ମାନେ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରୁ ସମସ୍ତଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଆହତମାନଙ୍କୁ ଚିକିତ୍ସା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ପଠାଯାଇଥିବାଥିଲା । ପରେ ଗୁରୁତର ଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
