August 20, 2026
Home » କାଳୁ ଜେନା ହତ୍ୟା ଘଟଣାରେ ୭ଗିରଫ

କାଳୁ ଜେନା ହତ୍ୟା ଘଟଣାରେ ୭ଗିରଫ

0
WhatsApp Image 2026-05-26 at 6.11.05 PM (1)

ପୁରୀ ବାଲିହରଚଣ୍ଡୀ ନରସିଂହପାଟଣାରେ ଲିପୁ ଓରଫ କାଳୁ ଜେନାଙ୍କ ହତ୍ୟା ଘଟଣାରେ ୭ ଅଭିଯୁକ୍ତ ଗିରଫ। ଆବଶ୍ୟକ ହେଲେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡ ରେ ଅଣାଯିବ । ଅଭିଯୁକ୍ତଙ୍କୁ ଠାରୁ ଗୋଟିଏ ଛୁରୀ,ଲୁହା ରଡ଼ ,୩ ଟି ମୋବାଇଲ ଫୋନ୍ ,୬ ଟି ମୋଟର ସାଇକେଲ ଜବତ ହୋଇଛି।ଗିରଫ ଅଭିଯୁକ୍ତ ହେଲେ ଅମିୟ ମାଣିଆ, ମଣ୍ଟୁ ଦାସ ,ଦିବାକର ଦାସ ,ଶାନ୍ତନୁ ଭୋଇ ,ପ୍ରଶାନ୍ତ ସେଠୀ ,ରାକେଶ ବେହେରା ଓ ସନ୍ତୋଷ କୁମାର ଦାସ | କାଜୁ ଜଙ୍ଗଲକୁ ନେଇ ନରସିଂହ ବଲ୍ଲଭ ଓ ଜଗନ୍ନାଥ ବଲ୍ଲଭ ଗାଁ ମଧ୍ୟରେ ବିବାଦ ଲାଗି ରହିଥିଲା।ଏଥି ସହ ଲିପୁ ଓରଫ କାଳୁ ଜେନା ସହ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ବିଭିନ୍ନ ସମୟରେ ବିବାଦ ଓ କଥା କଟା କଟି ହୋଇଥିଲା ।ଘଟଣା ଦିନ ମୃତ ଲିପୁ ବସିଥିବାବେଳେ ସେହି ଦିନ ଅଭିଯୁକ୍ତ ମାନେ କମେଣ୍ଟ ମାରିଥିଲେ ।ଲିପୁ ୨୪ ତାରିଖ ରାତିରେ ଦୋକାନ ବନ୍ଦ କରି ଫେରୁଥିବାବେଳେ ୧୦ ଜଣ ଅଭିଯୁକ୍ତ ଯୋଜନାବଦ୍ଧ ଭାବେ ଲିପୁଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିଲେ।ଖବର ପାଇଁ ତୁରନ୍ତ ଘଟଣାସ୍ଥଳରେ ବ୍ରହ୍ମଗିରି ,ସଦର ଥାନା ପୋଲିସ ସହ ଏସଡିପିଓ ଓ ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ଏକ ସ୍ବତନ୍ତ୍ର ଟିମ୍ ଚଢ଼ାଉ କରି ୨୪ ଘଣ୍ଟା ମଧ୍ୟରେ ୭ ମୁଖ୍ୟ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ପୁରୀ ଏସପି କହିଛନ୍ତି।ହତ୍ୟାକାଣ୍ଡ ଘଟଣାର ସମସ୍ତ ତଥ୍ୟ,ପ୍ରମାଣ ସଂଗ୍ରହ କରିଛି।ଉଭୟ ଗାଁରେ ଭୟ ଓ ଆତଙ୍କର ପରିବେଶ ଥିବାରୁ ପୋଲିସ ମୁତୟନ କରାଯାଇଛି।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed