August 20, 2026
Home » ଆମ ଗଂଜାମ ସ୍ୱଚ୍ଛ ଗଂଜାମ ଅଭିଯାନ

ଆମ ଗଂଜାମ ସ୍ୱଚ୍ଛ ଗଂଜାମ ଅଭିଯାନ

0
WhatsApp Image 2026-05-27 at 12.39.12 PM

ବ୍ରହ୍ମପୁରର ହରିଡ଼ାଖଣ୍ଡି ପୋଖରୀ କୂଳ ସଫାକଲେ ସଚେତନ ନାଗରିକ ସମାଜ

ବ୍ରହ୍ମପୁର , ସ୍ୱଚ୍ଛତା ବିନା ଗଞ୍ଜାମ ଗୌରବ ଅଧୁରା । କଳା, ସାହିତ୍ୟ ଓ ସଂସ୍କୃତି ପାଇଁ ବିଶ୍ୱବିଦିତ ଗଞ୍ଜାମକୁ ସ୍ୱଚ୍ଛତାରେ ମଧ୍ୟ ଶ୍ରେଷ୍ଠ କରିବାର ସମୟ ଆସିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଛି ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ ଅଭିଯାନ ।ଏହି ଅଭିଯାନର ଲକ୍ଷ୍ୟ ହେଉଛି “ମିଶନ୍ ଜିରୋ ପ୍ଲାଷ୍ଟିକ ଭିଜିବିଲିଟି”। ଅତଏବ, ଜିଲ୍ଲାରେ ପ୍ଲାଷ୍ଟିକ୍ ବ୍ୟବହାର କମାଇବା ଓ ସ୍ବଚ୍ଛ ପରିବେଶ ସୃଷ୍ଟି କରିବା। ଏହାକୁ ଏକ ସରକାରୀ ଅଭିଯାନରେ ସୀମିତ ନ ରଖି ଏହାକୁ ଏକ ସାମୁହିକ ଅଭିଯାନରେ ପରିଣତ କରିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।ଆମ ପ୍ରକୃତି ଓ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଆମର ଦାୟିତ୍ୱ ତେଣୁ ପ୍ରତ୍ୟେକ ମଙ୍ଗଳବାର ଆମ ଗାଁ ଆମ ସାହି ଅର୍ଥାତ ନିଜ ନିଜ ଗାଁ ନିଜ ନିଜ ସାହି ପାଇଁ ସ୍ବେଛାକୃତ ଭାବରେ ସମୟ ଦେବା ଓ ଗଞ୍ଜାମକୁ ଏକ ଅନୁକରଣୀୟ ଜିଲ୍ଲା ଭାବେ ଗଢି ତୋଳିବା ବୋଲି ଜିଲ୍ଲାପାଳ କହିଛନ୍ତି ।

ଗଞ୍ଜାମ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ ଜିଲ୍ଲା ଓ ଦୌରା ବିଚାରପତି ଅଶାନ୍ତ ଦାସ, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, କମିଶନର ଏ. ସସ୍ୟ ରେଡ୍ଡି, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ରେଜିଷ୍ଟ୍ରାର ଡଃ ଶ୍ବେତ କୁମାର ଦାଶ, ଦ୍ଵିତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ଲଲିତା ମଞ୍ଜରୀ ପଟ୍ଟନାୟକ, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରା ବିଚାରପତି ବିବସ୍ବତ ଗୌତମ, ସ୍ଥାନୀୟ କର୍ପୋରେଟର ସନ୍ଧ୍ୟାରାଣୀ ଶୁକ୍ଳ, ବିଧାୟକଙ୍କ ପ୍ରତିନିଧି ଅଶୋକ ଶୁକ୍ଳ, ଡେପୁଟି କମିଶନର ଆଶୀର୍ବାଦ ପରିଡ଼ା, ଆସିଷ୍ଟାଣ୍ଡ ରୋନିତ କୁମାରଙ୍କ ସମେତ ବହୁ ବିଏମ୍‌ସି କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ସମବେତ ଭାବରେ ହରିଡ଼ାଖଣ୍ଡି ପୋଖରୀ କୂଳକୁ (ବିନାୟକ ଆଚାର୍ଯ୍ୟ କଲେଜ ନିକଟ)ସଫା କରିବା ସହିତ ବ୍ରହ୍ମପୁର ସହରକୁ ସବୁବେଳେ ସଫାସୁତର ରଖିବାକୁ ସାମୁହିକ ଶପଥ ପାଠ କରିଥିଲେ ।ନିକଟରେ ଥିବା ହୋଟେଲ, ଚା’ ଓ ଜଳଖିଆ ଦୋକାନ ବୁଲି ଯାଞ୍ଚ କରିବା ସହ ଡଷ୍ଟବିନ୍‌ ବ୍ୟବହାର କରିବା ଏବଂ ଏକକ ପ୍ଲାଷ୍ଟିକ ବ୍ୟବହାରରେ ରୋକ ଲଗାଇବାକୁ ଅନୁରୋଧ କରିଥିଲେ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed