କେନ୍ଦୁଝର ଜିଲ୍ଲା ଗୋଁଡ ସମାଜର ଦ୍ବିବାର୍ଷିକ ସମୀକ୍ଷା ଓ ସମନ୍ୱୟ ସମ୍ମେଳନ ସମାପ୍ତ।
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗୋଁଡ ସମାଜର ଦ୍ବିବାର୍ଷିକ ସମୀକ୍ଷା ଓ ସମନ୍ୱୟ ସମ୍ମେଳନ ସ୍ଥାନୀୟ ଧ୍ରୁପଦା ଠାରେ ଜିଲ୍ଲା ସଭାପତି ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସମିଳନୀରେ ଜିଲ୍ଲାର ପୁର ପଲ୍ଲୀରୁ ଗୋଁଡ ସମାଜର ପଲ୍ଲୀ ସଭାପତି ସଂପାଦକ ଓ ସଂଗଠକ ମାନେ ଯୋଗ ଦେଇଥିଲେ। ଗୋଁଡ ସମାଜର ପ୍ରତିଷ୍ଠାତା ପ୍ରାକ୍ତନ ତେଲକୋଇ ବିଧାୟକ ଶ୍ରୀ ପ୍ରଣାବଲ୍ଳଭ ନାୟକ ଉପସ୍ଥିତ ରହି ସମସ୍ତଙ୍କୁ ମାର୍ଗଦର୍ଶନ କରିଥିଲେ।

ବୈଠକରେ ଅବସରପ୍ରାପ୍ତ ପ୍ରଶାସକ ଦୋଳଗୋବିନ୍ଦ ନାୟକ,ବରିଷ୍ଠ ନାଗରିକ ମନମୋହନ ସିଂହ, ସଂଗଠନ ଜିଲ୍ଲା ଉପସଭାପତି ଯୁଧିଷ୍ଠିର ସିଂହ, ଅନାଦି ଚରଣ ନାୟକ,ରାଜ୍ୟ ପ୍ରଭାରୀ କୀର୍ତ୍ତନ ବିହାରୀ ନାୟକ, ତେଲକୋଇ ରାଣିବେଡା ପଲ୍ଲୀ ସଭାପତି ପଦ୍ମଲାଭ ନାୟକ,ବାଲିସର ପଲ୍ଲୀ ସଭାପତି ଶରତ ଚନ୍ଦ୍ର ନାୟକ ପ୍ରମୁଖ ଅତିଥି ରୂପେ ମଞ୍ଚରେ ଉପସ୍ଥିତ ଥିଲେ। ସଭା ଆରମ୍ଭରେ କୂଳ ଇଷ୍ଟଦେବତା ଜଙ୍ଗା ଦେବଙ୍କୁ ଧୂପ ଦୀପ ପୁଷ୍ପ ଅର୍ପଣ କରି ପୂଜା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି ସଭାକୁ ବରିଷ୍ଠ ଉପସଭାନେତ୍ରୀ କିରଣବାଳା ନାୟକ ପରିଚାଳନା କରିଥିଲେ। ସଭାରେ ଦିବଂଗତ ସଦସ୍ୟଙ୍କ ସ୍ମୃତିରେ ଶୋକପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା। ଆଜି ସଭାରେ ସମ୍ପାଦକ ଚକ୍ରଧର ନାୟକ, ରାଧାକାନ୍ତ ନାୟକ ଓ ଦୈତାରୀ ସିଂହ ଉପସ୍ଥିତ ରହି ଅନେକ ସହଯୋଗ କରିଥିଲେ। ବିଭିନ୍ନ ଅଂଚଳରୁ ଆସିଥିବା ସଦସ୍ୟ ମାନେ ଅଞ୍ଚଳ ସମସ୍ୟା ଉପରେ ଆଲୋଚନା କରିଥିଲେ ବିଭିନ୍ନ ପ୍ରତିବନ୍ଧକ ଦୂର ଲାଗି ବାଧା ସୃଷ୍ଟିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ କମିଟିକୁ ଅନୁମତି ଦିଆଯାଇଥିଲା। ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ଶପଥ ନେଇଥିଲେ। ଶେଷରେ ସଭାପତି ଓ ଅନ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ ପରେ ସଭା ସାଙ୍ଗ ହୋଇଥିଲା।
କେନ୍ଦୁଝର ରୁ ରୂପା ପିଲ୍ଲାଇଙ୍କ ରିପୋର୍ଟି (ଇପିଏ)ଇଷ୍ଟର୍ନ ପ୍ରେସ
