କେନ୍ଦ୍ର ମନ୍ତ୍ରୀ ସୋନୋୱାଲ ଙ୍କୁ ଭେଟିଲେ ପାରାଦୀପ ବନ୍ଦର ଅଧ୍ୟକ୍ଷ
ପାରାଦୀପ :- ପାରାଦୀପ ବନ୍ଦର ପ୍ରାଧିକରଣ ର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସୁଶାନ୍ତ କୁମାର ପୁରୋହିତ ମୁମ୍ବାଇରେ ଆୟୋଜିତ ଇଟିଇନ୍ଫ୍ରା ଗ୍ଲୋବାଲ ପୋର୍ଟ୍ସ ଆଣ୍ଡ ସିପିଙ୍ଗ ସମିଟ ୨୦୨୬ ଅବସରରେ ମାନ୍ୟବର କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହ ସାକ୍ଷାତ କରିଥିଲେ। ଏହି ଅବସରରେ ଏକ ଆଲୋଚନାରେ ଭାରତର ସାମୁଦ୍ରିକ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ସହ ବନ୍ଦର ଭିତ୍ତିକ ବିକାଶ, ଯୋଗାଯୋଗ ଓ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ଭାରତକୁ ବିଶ୍ୱ ସହ ଯୋଡିବା କ୍ଷେତ୍ରରେ ପାରାଦୀପ ବନ୍ଦର ମୁଖ୍ୟ ଭୂମିକା ରହିଥିବା ନେଇ ଆଲୋଚନା କରାଯାଇଥିଲା ।
