September 11, 2026
Home » ବେଆଇନ ସ୍ପା ଉପରେ ଚଢାଉ

ବେଆଇନ ସ୍ପା ଉପରେ ଚଢାଉ

0
WhatsApp Image 2026-09-11 at 1.51.27 PM

 

ପାରାଦୀପ: ଆକ୍ସନ ମୋଡ୍ ରେ ପାରାଦୀପ ପୋଲିସ l ଆଗକୁ ବିଶ୍ୱକର୍ମା ପୂଜା ଆସୁଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବା ସହ ତତ୍ପର ହୋଇଉଠିଛି ପାରାଦୀପ ପୋଲିସ I ଅପରାଧ ନିୟନ୍ତ୍ରଣ, ଅପରାଧୀଙ୍କୁ ସାବାଡ କରିବା, ନିଶା କାରବାର ଓ ବେଆଇନ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବା ପାଇଁ ପାରାଦୀପ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି l ତେବେ ଗତକାଲି ରାତିରେ ପାରାଦୀପର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆଜିଙ୍କ୍ୟ ବାବୁରାଓ ମାନେ ଙ୍କ ନେତୃତ୍ଵରେ ପାରାଦୀପ ପୋଲିସ ପକ୍ଷରୁ ପାରାଦୀପ ସ୍କୁଲ ଲାଇନ ରେ ଥିବା ଟାଇଟାନିକ ସ୍ପା ଓ ତାରିଣୀ ଗୋଡାରେ ଥିବା ସିଗନେଚର ସ୍ପା ଉପରେ ଚଢାଉ କରିଛି ପୋଲିସ l ଚଢାଉ ସମୟରେ ପୋଲିସ ୪ ଯୁବତୀଙ୍କୁ ଉଦ୍ଧାର କରି ଥିବାବେଳେ ୨ ଗ୍ରାହକ ଓ ୨ ମାଲିକଙ୍କୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରୀ ରହିଛି ବୋଲି କହିଛନ୍ତି ପାରାଦୀପ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବାବୁରାଓ ମାନେ I ଏହି ଚଢାଉରେ ପାରାଦୀପ ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଙ୍କ ସହିତ ପାରାଦୀପ ଆଦର୍ଶ ଥାନା ଅଧୀକାରିଣୀ ବବିତା ଦେହୁରୀ ଓ ପାରାଦୀପ ପୋଲିସ ର ୫ଟି ଟିମ୍ ସାମିଲ ଥିଲେ I

Leave a Reply

Your email address will not be published. Required fields are marked *