କୋକସରା ଠାରେ ବିଜେଡ଼ିର ବିଶାଳ ଜନ ସମ୍ପର୍କ ଯାତ୍ରା
ରାଜ୍ୟ ସରକାରଙ୍କୁ ଟାର୍ଗେଟ…ପଂଚାୟତ ନିର୍ବାଚନରେ ଭୋଟର ଜବାବ ଦେବେ….
ଭବାନୀପାଟଣା : ରାଜ୍ୟରେ ଶାସନାଧିନ ବିଜେପି ସରକାର ନିର୍ବାଚନ ସମୟରେ ଦେଇଥିବା ସବୁ ପ୍ରତିଶ୍ରୁତି ଧୂଆଁବାଣ ପାଲଟିଛି ।ଖାଉଟି ବଜାରରେ ଦରଦାମ ନିୟନ୍ତ୍ରଣ ବାହାରେ, ଉପଯୁକ୍ତ ମୂଲ୍ୟ ନ ପାଇ ରାଜ୍ୟର ଚାଷୀ ଆଜି କାନ୍ଦୁଛି, ଆୟୁଷ୍ଠାନ ସ୍ବାସ୍ଥ୍ୟବୀମା ନାଁରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ମିଳୁନାହିଁ।ଆସନ୍ତା ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ବାସୀ ଏହାର ଜବାବ ଦେବେ ବୋଲି ଜନ ସମ୍ପର୍କ ଯାତ୍ରା ରେ ଆୟୋଜିତ ସଭାରେ ବିଜେଡି ନେତା ମାନେ ବିଜେପି ସରକାର ଉପରେ ବର୍ଷିଛନ୍ତି।କଳାହାଣ୍ଡି ଜିଲ୍ଲା ବିଜେଡି ପକ୍ଷରୁ କୋକସରା ଠାରେ ଜନସମ୍ପର୍କ ଯାତ୍ରା ହୋଇଯାଇଛି। ସ୍ଥାନୀୟ କଲେଜ ଛକରୁ ଧାନମଣ୍ଡି ପର୍ଯ୍ୟନ୍ତ ପଦଯାତ୍ରା ହୋଇଥିଲା।


ପୂର୍ବତନ ଜିଲ୍ଲା ସଭାପତି ପୁଷେନ୍ଦ୍ର ସିଂଦେଓଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟଅତିଥି, ପୂର୍ବତନ ଧର୍ମଗଡ଼ ବିଧାୟକ ମୌଷଧି ବାଗ ମୁଖ୍ୟବକ୍ତା, କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ନର୍ଲା ବ୍ଲକ ଅଧ୍ଯକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଜିଲ୍ଲା ଛାତ୍ର ଜନତା ଦଳ ସଭାପତି ଅବିନାଶ ଠାକୁର, ବରିଷ୍ଠ ବିଜେଡି ନେତା ଥବିର ପ୍ରସାଦ ସାହୁ, ଧର୍ମଗଡ଼ ବ୍ଳକ ସାଧାରଣ ସମ୍ପାଦକ ଗୌରଚନ୍ଦ୍ର ବାଗ, ଦୁର୍ଗା ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ମନୀନ୍ଦ୍ର ମହାନ୍ତି, ଧର୍ମେନ୍ଦ୍ର ନାଏକ, ରାଜ୍ୟ ଉପ ସଭାପତି ମଣ୍ଡୁ ନାଏକ, ଧବଳେଶ୍ଵର ନାଗ, ଧର୍ମଗଡ଼ ବିଜେଡି ସଭାପତି ଡାକେଶ୍ୱର ଲହଜଲ, ପ୍ରଶାନ୍ତ ତିଓ୍ବାରି, ବ୍ଳକ ବିଜେଡି ଉପ ସଭାପତି ପଙ୍କଜ ମୁଖ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝି, ତ୍ରିନାଥ ବାଗ, ଜିଲ୍ଲା ସମ୍ପାଦକ ରାଜେନ୍ଦ୍ର ନାଏକ, ବ୍ଳକ ସମ୍ପାଦକ ପଞ୍ଚକ ପୋଢ଼, ଜିଲ୍ଲା ସଭାନେତ୍ରୀ ସବିତା ପ୍ରଧାନ, ଆଇନଜୀବୀ କଲ୍ୟାଣୀ ନାଏକ, ଭବାନୀପାଟଣା ପୂର୍ବତନ ପୌରାଧ୍ୟକ୍ଷା ସଂଯୁକ୍ତା ବେହେରା, ବ୍ଳକ ବିଜେଡି ସଭାନେତ୍ରୀ ରୁକ୍ମଣୀ ବାଣୁଆ ପ୍ରମୁଖ ଉପସ୍ଥିତ ରହି ବିଜେପି ନେତା ଦେଇଥିବା ପ୍ରତିଶ୍ରୁତି କେବଳ ଫମ୍ପା ମାଠିଆ ସଦୃଶ୍ୟ। ନିର୍ବାଚନ ସମୟରେ ଦେଇଥିବା ସବୁ ପ୍ରତିଶ୍ରୁତି ଧୂଆଁବାଣ । ଆଜି ଖାଉଟି ବଜାରରେ ଦରଦାମ ନିୟନ୍ତ୍ରଣ ବାହାରେ, ଚାଷୀ ଆଜି କାନ୍ଦୁଛି, ଆୟୁଷ୍ଠାନ ସ୍ବାସ୍ଥ୍ୟବୀମା ନାଁରେ ଲୋକଙ୍କୁ ସ୍ବାସ୍ଥ୍ୟସେବା ମିଳୁନାହିଁ । ଯାହା ବିଜେଡି ସରକାର ସମୟରେ ଲୋକେ ସ୍ବାସ୍ଥ୍ୟସେବା ଓ ଚିକିତ୍ସା ସହଜରେ ପାଉଥିଲେ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି ମଞ୍ଚରେ ଉପସ୍ଥିତ ବିଜେଡି ନେତୃବୃନ୍ଦ ବର୍ଷିଥିଲେ । ଏହି ଅବସରରେ ଏକ ଏକ ବିଶାଳ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା।ଜନସମ୍ପର୍କ ପଦଯାତ୍ରା କାର୍ଯ୍ୟକ୍ରମ ପରିଚାଳନାରେ କୋକସରା ବ୍ଳକ ସଭାପତି ସୁଶାନ୍ତ ବେହେରା, ବାବୁ ସାହୁ, ପ୍ରମୋଦ ଦାସ, ରମେଶ ଦୁର୍ଗା, ଜିତେନ୍ଦ୍ର ମାଝି, ଈଶ୍ୱରଲାଲ ଅଗ୍ରୱାଲ, ରବିନାରାୟଣ ଦାସ, ମନୋରଞ୍ଜନ ବାଣୁଆ, ଭକ୍ତି ପୋଢ଼, ଅଶୋକ ପୁଝାରି, ବିଶ୍ଵନାଥ ପଟ୍ଟନାୟକ, ଅଜୟ ସାହୁ, ବିପ୍ର ପଟେଲ, ମନୁରାମ ପଟେଲ, ନରେନ୍ଦ୍ର ଧଙ୍ଗଡାମାଝି, ଗୁପ୍ତେଶ୍ଵର ବାଗ, ହେମନ୍ତ ବାଣୁଆ, କ୍ଷୀରସିନ୍ଧୁ ହଂସ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
