କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଘଣ୍ଟାପଡା କ୍ଲଷ୍ଟର ସ୍ତରୀୟ ତୃତୀୟ ମାସିକ ବୈଠକ ତେନ୍ତୁଳୀଖୁଣ୍ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ସି ଆର ସି ସି ରୂପାସିଂହ ଖେତୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ କଣ୍ଟାମାଳ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ( ଏ ବି ଇ ଓ ) ଉଦ୍ଧବ ମହାଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଏଥିରେ ଶିଶୁ ବାଟିକା, ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପାଇଁ ସଂଖ୍ୟା ଓ ଭାଷା ଜ୍ଞାନ ଉପରେ ଆଲୋଚନା ହୋଇଥିଲା l ଶିକ୍ଷକ ଆଶ୍ରିତ ଦୀପ ଦ୍ଵିତୀୟ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା “ମାମୁନି ର କଣ୍ଢେଇ ” ପ୍ରସଙ୍ଗ ଉପରେ ଶିକ୍ଷଣ କାର୍ଯ୍ୟ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, ସ୍ଵର୍ଣ୍ଣ ମଞ୍ଜରୀ ମଲ୍ଲିକ, ଖୁଲଣା ସୁନ୍ଦରୀ ଭୋଇ, ପ୍ରଦୀପ କହଁର ପ୍ରଭୁତି ଶିକ୍ଷକ / ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ହେମନ୍ତ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
