September 13, 2026
Home » ଲକର୍ମା ଠାରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l

ଲକର୍ମା ଠାରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l

0
WhatsApp Image 2026-09-12 at 2.28.05 PM

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ୍ ହରଡଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଲକର୍ମା ଠାରେ ବିଶ୍ବ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲକ୍ଷ୍ମୀଧର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମକରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଆରତୀ ଶିଖା ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରାଥମିକ ଚିକିତ୍ସାର ଗୁରୁତ୍ୱ ସମ୍ବନ୍ଧରେ ଆଲୋଚନା କରିବା ସହ ସାପ କାମୁଡା, ବିଭିନ୍ନ ପଶୁ କାମୁଡା,ଚୋକିଙ୍ଗ୍‌ ଓ ସି.ପି.ଆର୍‌ ଉପରେ ଡେମନ୍‌ଷ୍ଟ୍ରେସନ୍‌ ସହ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବା ସହ ହାତଧୁଆ କୌଶଳ ପ୍ରଦର୍ଶନ କରାଇ ଅଭ୍ୟାସ କରାଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଶ୍ରୀ ବିଶିକେଷନ ବାଘ,ଯୋଗ ପ୍ରଶିକ୍ଷକ ଅମିତ ସାହୁ,ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସାର ଆବଶ୍ୟକତାଉପରେ ବିସ୍ତୃତ ଆଲୋଚନା କରିଥିଲେ। ସେହିଭଳି ବିଦ୍ୟାଳୟର ଜୁନିୟର୍‌ ରେଡ୍‌କ୍ରସ୍‌ ପରାମର୍ଶଦାତା ଶିକ୍ଷକ ଶ୍ରୀ ବିକ୍ରମ କୁମାର ନନ୍ଦ ରକ୍ତସ୍ରାବ, ମୂର୍ଚ୍ଛା ଓ ସକ୍‌, ବଜ୍ରପାତ,ପିଣିରେ ବୁଡିଯିବା ସମ୍ପର୍କିତ ପ୍ରାଥମିକ ଚିକିତ୍ସା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଦୟାନିଧି ପଧାନ ପ୍ରାଥମିକ ଚିକିତ୍ସା ବାକ୍ସର ସାମଗ୍ରୀ ଓ ତା’ର ଉପଯୋଗୀତା ସମ୍ବନ୍ଧରେ ଆଲୋଚନା କରିଥିଲେ। ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ପ୍ରତ୍ୟେକ ଘରେ ପ୍ରାଥମିକ ଚିକିତ୍ସା ବାକ୍ସ ରଖିବା ପାଇଁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ….

Leave a Reply

Your email address will not be published. Required fields are marked *