ଖଲିଆପାଲିରେ ପଞ୍ଚାୟତ ସ୍ତରୀୟ ସମ୍ବଲପୁରୀ ଦିନ୍ ପାଳିତ ଯୋଗ ଦେଲେ ବିଧାୟକ
ବରଗଡ଼ ବ୍ଲକ ଖଲିଆପାଲି ଗ୍ରାମ ରେ ପଞ୍ଚାୟତ ର ଏସ୍ ଏଚ ଜି ଗ୍ରୁପ ସମୂହ ଙ୍କ ଆନୁକୁଲ୍ୟରେ ଓ ଅନିରୁଦ୍ଧ ପାଇକ ଙ୍କ ନେତୃତ୍ବ ରେ ସମ୍ବଲପୁରୀ ଦିନ୍ ମହା ସମାରୋହ ରେ ପାଳିତ ହୋଇ ଯାଇଛି । ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶ୍ଵିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଉପଲକ୍ଷେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ ।



ସମ୍ମାନିତ ଅତିଥି ଭାବେ ରାଜ୍ୟ କଳାକାର ସଂଘ ର ସଭାପତି ଚୈତନ୍ୟ ପାଇକ ,ବ୍ୟଙ୍ଗ କବି ଦେବେନ୍ଦ୍ର ସାହୁ,ଶିଶିର ପୁରୋହିତ ଙ୍କ ସମେତ ବିଶିଷ୍ଟ କଳାକାର ଗୋପାଳ ଦାଶ,ନେହେରୁ ସରାଫ ,ପଦ୍ମଲୋଚନସାହୁ ରମେଶ ମହାପାତ୍ର,ଉମାକାନ୍ତ ଭୋଇ, ଟି ଏନ୍ ଯାଦବ, ଜୟ ନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।ଏହି ଅବସର ରେ ସାମାଜିକ କର୍ମୀ ରାଜୁ ମହାନନ୍ଦ ଅତିଥି ଭାବେ ଯୋଗ ଦେଇ ଶହେ ଛତା ବଣ୍ଟନ କରିଥିଲେ ।ସ୍ଵୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଅହଲ୍ୟାପାଇକ,ବବିତାପଟ୍ଟନାୟକ,ଗୀତା ସିଂ,ହୀରା ଯାଦବ,ମୋହିନୀ ନାଗ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.
