ଗ୍ରାମବାସୀଙ୍କୁ ସହାୟତା ର ହାତ ବଢ଼ାଇଲେ ପୂର୍ବତନ ସରପଞ୍ଚ
ବିଂଝାରପୁର ବ୍ଲକ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତର ଶହ ଶହ ଗ୍ରାମବାସୀଙ୍କୁ ସହାୟତା ର ହାତ ବଢ଼ାଇ ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରେମାନନ୍ଦ ଥାଟୋଇ ଘର ଘର ବୁଲି ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ…..


ବନ୍ୟା କ୍ଷତିଗ୍ରସ୍ତ ଲୋକମାନେ ପୂର୍ବତନ ସରପଞ୍ଚ ଙ୍କର ଏହି ପ୍ରକାର ମହନୀୟ କାର୍ଯ୍ୟ କୁ ପ୍ରଶଂସା କରିବା ସହ ଏହି ପ୍ରକାର ଉଦ୍ୟମ ବଜାୟ ରଖିବା ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ….. ଏହି ବଣ୍ଟନ କାର୍ଯ୍ୟରେ ଅଜୟ ଖଣ୍ଡୁଆଳ, ପ୍ରଳୟ ମଲ୍ଲିକ, ବିପ୍ଳବ ମଲ୍ଲିକ, ସୌମ୍ୟରଂଜନ ଥାଟୋଇ, ଅବିନାଶ ଥାଟୋଇ, ଭରତ, କୁର୍ତ୍ତିବାସ, ସୁମନ, କ୍ରିଷ୍ଣା, ତପନ, ଜ୍ଞାନେନ୍ଦ୍ର, ଚନ୍ଦନ, ଗନ୍ଧର୍ବ….. ଏହିମାନେ ସହଯୋଗୀତାର ହାତ ବଢ଼ାଇ ଏହାଦ୍ୱାରା ବନ୍ୟା କ୍ଷତିଗ୍ରସ୍ତ ଲୋକମାନଙ୍କ ମଧ୍ୟ ରେ ବେଶ ଉତ୍ସାହ ପ୍ରକାଶ କରିଥିଲେ….. ପ୍ରାୟ ଶତାଧିକ କ୍ଷତିଗ୍ରସ୍ତ ପୁରୁଷ, ମହିଳା ଓ ଶିଶୁ ଏହାଦ୍ୱାରା ଉପକୃତ ହୋଇଥିଲେ….
