August 20, 2026
Home » ଗାନ୍ଧୀକଥାରେ ଜୈବବିବିଧତା ଓ ହାତୀର ସୁରକ୍ଷା ପାଇଁ ଆହ୍ୱାନ

ଗାନ୍ଧୀକଥାରେ ଜୈବବିବିଧତା ଓ ହାତୀର ସୁରକ୍ଷା ପାଇଁ ଆହ୍ୱାନ

0
WhatsApp Image 2026-05-24 at 3.40.18 PM

କେନ୍ଦୁଝର: ଓଡିଶା ଗାନ୍ଧୀ ବିଚାର ପରିଷଦ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ, ସଦର ବ୍ଲକସ୍ଥ ମୈଦାନକେଲ ପଂଚାୟତର ପଡ଼ାଗ୍ରାମ ବଡ଼ପସୀ ଠାରେ “ଗାନ୍ଧୀକଥା” ଅନୁଷ୍ଠିତ ହୋଇଯାଇଛି। ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ସମ୍ପାଦିକା ଶ୍ରୀମତୀ ରଞ୍ଜୁଲତା ମହାନ୍ତ ସଭାକାର୍ଯ୍ୟ ପରିଚାଳନା କରି କହିଲେ, ମୈଦାନକେଲ ପଂଚାୟତକୁ ସଂପୂର୍ଣ୍ଣ ମଦମୁକ୍ତ କରିବା ପାଇଁ ମହିଳାମାନେ ଆଗେଇ ଆସିବାକୁ ହେବ। ବକ୍ତା ଭାବରେ, ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧ୍ୟକ୍ଷ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ, କେନ୍ଦୁଝରର ଜୈବ ବିବିଧତା ସୁରକ୍ଷା ପ୍ରତି ବିପଦ ମାଡି ଆସୁଛି ଓ କେନ୍ଦୁଝରରେ ଭୟଙ୍କର ଭାବରେ ବାୟୁମଣ୍ଡଳର ପରିବର୍ତ୍ତନ ପାଇଁ ରୌଦ୍ର ତାପ ବଢ଼ି ବଢ଼ି ଚାଲିଛି। ଜଳ ସ୍ତର କମିଯାଉଛି। ଖରା ଦିନରେ ବନ୍ୟଜନ୍ତୁମାନେ ଜଙ୍ଗଲରେ ପାଣି ନ ପାଇ, ପାଣି ପିଇବା ପାଇଁ ଗାଁଆ ମୁହାଁ ହେଲେଣି। ହାତୀ ଭଳି ଶାନ୍ତ ଜୀବ, କିଛି ସାମାଜିକ ଲୋକଙ୍କ ଅତ୍ୟାଚାରରେ ଅଶାନ୍ତ ହୋଇ ଗ୍ରାମକୁ ଆସି କ୍ଷୟ କ୍ଷତି କରୁଛି,ଘର ଭାଙ୍ଗୁଛି ଓ ଫସଲ ଉଜାଡି ଦେଉଛି। ଜଙ୍ଗଳରେ ହାତୀକୁ ଖାଦ୍ୟ ଅଭାବ ହେଲାଣି। ନିଆଁ ଆହୁରି ବିପଦ ସୃଷ୍ଟି କରୁଛି, ଗାଆଁ ପାଖ ଜଙ୍ଗଲରେ ମହୁଲି ଓ ହାଣ୍ଡିଆ ରାନ୍ଧିଲେ, ତାର ବାସନାରେ, ମଦ ଖାଇବାକୁ ହାତୀ ଗାଁ ମୁହାଁ ହେଉଛି। ଯଶୋଦା ନାୟକ, ଲବଙ୍ଗ ନାୟକ, ଦେବଯାନୀ ନାୟକ, ପିଙ୍କି ପାତ୍ର, ମନ୍ଦୋଦରୀ ମହାକୁଡ଼,ଭାରତୀ ନାୟକ, ବର୍ଷାରାଣୀ ମହାନ୍ତ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଶେଷରେ ନିଷ୍ପତ୍ତି ହେଲା,ଜଙ୍ଗଲ ଓ ବାଡ଼ିବଗିଚାରେ ଫଳନ୍ତି ବୃକ୍ଷ ରୋପଣ କରିବା, ଗ୍ରାମକୁ ସମ୍ପୂର୍ଣ ମଦ ମୁକ୍ତ କରିବା, ଜୈବ ବିବିଧତା ସୁରକ୍ଷା ଓ ସଂରକ୍ଷଣ କରିବା, ଜଙ୍ଗଲରେ ପୁଷ୍କରିଣୀ ଖୋଳିବାକୁ ଗ୍ରାମ ସଭାରେ ଯୋଜନା କରିବା ଏବଂ ସର୍ବୋପରି ହାତୀ -ମଣିଷ ଲଢେଇକୁ ପ୍ରଶମିତ କରିବାକୁ ସ୍ଥିର କରାଗଲା। ୱାର୍ଡ ମେମ୍ବର ଶ୍ରୀମତୀ ଜୋତ୍ସ୍ନା ନାୟକ ଅତିଥି ଓ ସମସ୍ତ ଅଂଶଗ୍ରହଣକାରୀମାନଙ୍କୁ ମହତ ଉଦ୍ୟମ ପାଇଁ ଧନ୍ୟବାଦ ଜଣାଇଥିଲେ।
କେନ୍ଦୁଝର ରୁ ରୁପା ପିଲ୍ଲାଇଙ୍କ ରିପୋର୍ଟ (ଇପିଏ)ଇଷ୍ଟର୍ନ ପ୍ରେସ

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed