August 20, 2026
Home » ଡଃ ସାମଲଙ୍କୁ ସୀମାନ୍ତ ବଂଧୁ ସମ୍ମାନ ପ୍ରଦାନ

ଡଃ ସାମଲଙ୍କୁ ସୀମାନ୍ତ ବଂଧୁ ସମ୍ମାନ ପ୍ରଦାନ

0
WhatsApp Image 2026-05-23 at 8.53.51 PM

ବଡଚଣା:-କେନ୍ଦ୍ର ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରାୟୋଜିତ ସଂସ୍ଥା ଏନ୍ ବି ସି ସି ର ମୁଖ୍ୟ ପ୍ରାବନ୍ଧିକ ଡକ୍ଟର ଚୌଧୁରୀ ଜ୍ଞାନ ରଂଜନ ସାମଲଙ୍କୁ ମିଜୋରାମ ରାଜ୍ୟ ଗ୍ରାମ୍ୟ କାଉନସିଲ୍ ତରଫରୁ ସମ୍ବର୍ଧିତ କରାଯାଇଛି l ମିଜୋରାମର ପାଗ ପ୍ରତିକୂଳ ସତ୍ତ୍ଵେ ଇଣ୍ଡିଆ ବାଂଲାଦେଶ ସୀମାନ୍ତରେ ବିପଦ ସଙ୍କୁଳ ପଥ ନିର୍ମାଣ, ସୁରକ୍ଷା ବାଡ, ସେତୁ ନିର୍ମାଣ ତ୍ୱରାନ୍ୱିତ କରାଯାଇଛି l ଜାତୀୟ ସ୍ୱାର୍ଥକୁ ଗୁରୁତ୍ଵ ଦିଆଯାଇ ରାସ୍ତା ନଥିବା ସୀମାନ୍ତ ଗ୍ରାମକୁ ଜାତୀୟ ସ୍ରୋତରେ ସାମିଲ କରାଯାଇ ପାରିଛି l ଡଃ ସାମଲ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା କୁ ସ୍ଵୀକାର କରି କାଉନସିଲ୍ ସଭାପତି ଗରି ପୂର୍ଣ୍ଣ ଚକମା ସୀମାନ୍ତ ବଂଧୁ ସମ୍ମାନ ପ୍ରଦାନ କରିଥିଲେ l ଲୋକସେବା ଭବନ ପରିସରରେ ଅନଷ୍ଠିତ କାର୍ଯକ୍ରମ
ରେ ମିଜୋରାମ ର ରାଜ୍ୟପାଳ ଡଃ ଭିକେ ସିଂ, ବିଧାୟକ ଡମ୍ପା ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ l ସୀମାନ୍ତ ଅଞ୍ଚଳ ପାଇଁ ସଂସ୍ଥା ପକ୍ଷରୁ ରୋଗୀ ସେବା ପାଇଁ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି l ପ୍ରକାଶ ଥାଉକି ଡଃ ସାମଲ ବଡଚଣା ଅଞ୍ଚଳର ବାସିନ୍ଦା, ନିର୍ମଳ ସାମଲ ଓ ପ୍ରାକ୍ତନ ସମିତି ସଭ୍ୟ ନଳିନୀ ପ୍ରଭା ଙ୍କ ଏକ ମାତ୍ର ସନ୍ତାନ ଅଟନ୍ତି l

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed