September 2, 2026
Home » ଗୁଆଲିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଗୁଆଲିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

0
WhatsApp Image 2026-08-28 at 7.38.21 PM

ଯୋଡ଼ା – କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ ଗୁଆଲି ଅଞ୍ଚଳରେ ଏକ ଅବ୍ୟବହୃତ ଘର ମଧ୍ୟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତିରେ ଘଟଣାଟି ସାମ୍ନାକୁ ଆସିବା ପରେ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି।ସୂଚନା ପାଇ ରୁଗୁଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ମୃତକଙ୍କ ପରିଚୟ ଏଯାଏଁ ଜଣାପଡ଼ିନଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।ରୁଗୁଡ଼ି ଥାନା ଆଇଆଇସି ସମ୍ପଦ କୁମାର ମହାନ୍ତିଙ୍କ ସୂଚନାନୁସାରେ, ଗୁଆଲି ଅଞ୍ଚଳର ଏକ ଅବ୍ୟବହୃତ ଘର ମଧ୍ୟରୁ ମୃତଦେହ ଠାବ ହୋଇଥିଲା। ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।ମୃତ୍ୟୁର ପ୍ରକୃତ କାରଣ କ’ଣ ଏବଂ ମୃତକ କିଏ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତଦନ୍ତ ପରେ ହିଁ ମୃତ୍ୟୁର କାରଣ ଓ ମୃତକଙ୍କ ପରିଚୟ ସ୍ପଷ୍ଟ ହେବ ବୋଲି ଆଇଆଇସି କହିଛନ୍ତି।

 

କେନ୍ଦୁଝର ଜିଲ୍ଲା ଯୋଡ଼ା ରୁ ଡିମ୍ପଲ ସାଣ୍ଡିଲ ଙ୍କ ରିପୋର୍ଟ ଇପିଏ ।

Leave a Reply

Your email address will not be published. Required fields are marked *