ଧର୍ମଗଡ଼ ବ୍ଲକ୍ର ପୁଣି ଏକ ଗୌରବମୟ ସଫଳତା….
ଧର୍ମଗଡ଼ ବ୍ଲକ ର ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଗ୍ରାମ ପଞ୍ଚାୟତକୁ ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର।
ରାଜ୍ୟ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଘୋଷଣା ହୋଇଛି।୨୦୨୫-୨୬’ ପାଇଁ ଧର୍ମଗଡ଼ ବ୍ଲକ୍ର ଦୁଇଟି ବିଦ୍ୟାଳୟ ଓ ଗୋଟିଏ ଗ୍ରାମ ପଞ୍ଚାୟତ ମନୋନୀତ ହୋଇଛନ୍ତି।ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବଗାଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଟିପିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତଥା ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତକୁ ଏହି ପୁରସ୍କାର ମିଳିବ।
ଶିକ୍ଷା, ସହ-ପାଠ୍ୟକ୍ରମ ଏବଂ ବିଦ୍ୟାଳୟର ସାମଗ୍ରିକ ପରିବର୍ତ୍ତନ କ୍ଷେତ୍ରରେ ଉଭୟ ବିଦ୍ୟାଳୟ ଓ ଗ୍ରାମ ପଞ୍ଚାୟତ ଉଲ୍ଲେଖନୀୟ ପ୍ରଦର୍ଶନ କରିଛନ୍ତି।


ଆସନ୍ତା ୫ ସେପ୍ଟେମ୍ବର ୨୦୨୬ (ଗୁରୁ ଦିବସ) ରେ ଭୁବନେଶ୍ୱରଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତରୁ ବଗାଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଶ୍ୱଜିତ୍ ବେହେରା ଓ ଟିପିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଦ୍ମଲୋଚନ ନାଏକ ଓ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତର ସରପଞ୍ଚ ମନୋଜ କୁମାର ନାଏକ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ହୁମରାଜ ନାଏକ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିବେ।
ଏହି ସଫଳତା ସମଗ୍ର ଧର୍ମଗଡ଼ ବ୍ଲକ୍ ଏବଂ କଳାହାଣ୍ଡି ଜିଲ୍ଲା ପାଇଁ ଏକ ଅତ୍ୟନ୍ତ ଗର୍ବର ବିଷୟ। ଏନେଇ ସମ୍ପୃକ୍ତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ଉଭୟ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, SMC ସଦସ୍ୟ ଅଭିଭାବକ
ଏବଂ ବ୍ରାହ୍ମଣ ଛେଣ୍ଡିଆ ସିଆରସିସି ଟିକେଶ୍ୱର ନାଏକ, ସରପଞ୍ଚ, ପିଇଓ ,ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଞ୍ଚାୟତ ର ସମସ୍ତ ସଭ୍ୟ ସଭ୍ୟାଙ୍କ ନିଷ୍ଠା ଏବଂ ମିଳିତ ପ୍ରଚେଷ୍ଟା ଯୋଗୁଁ ଏହା ସମ୍ଭବ ହୋଇ ପାରିଛି ଓ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।ଏହି ସଫଳତାରେ ଧର୍ମଗଡ଼ ବିଡିଓ ସଦାଶିବ ନାୟକ,ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ପଙ୍କଜିନୀ ମାଝୀ, ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଖୁସି ବ୍ୟକ୍ତ କରିଛନ୍ତି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….
