ଗୋଡଭଞ୍ଜା ଗ୍ରାମରେ ପୁଣି ପୋଲିସ ଚଢ଼ାଉ… ୨୦୧ ଲିଟର ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ।

ଧର୍ମଗଡ ନିକଟସ୍ଥ ଗୋଡ଼ଭଞ୍ଜା ଗ୍ରାମରେ ଖୁଲମଖୁଲା ବେଆଇନ ବିଦେଶୀ ମଦ କାରବାର ଚାଲୁଥିବା ର ଅଭିଯୋଗ ପାଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର କୋଲାରସ ଙ୍କ ନେତୃତ୍ୱରେ ଆଜି ଉକ୍ତ ଗ୍ରାମରେ ଚଢାଉ କରି ୨୦୧ ଲିଟର ବେଆଇନ ବିଦେଶୀ ମଦ ଜବତ କରି ଗୋପାଳ ମେହେର (୩୫) ନାମକ ଜୈନିକ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ଘରେ ବିଭିନ୍ନ ବ୍ରାଣ୍ଡ ର ଗଚ୍ଛିତ ଥିବା ବେଆଇନ ବିଦେଶୀ ମଦକୁ ଧର୍ମଗଡ ଥାନା ପୋଲିସ ଜବତ କରିଛି।
ଧର୍ମଗଡ ରୁ ପୋଡଶୀ ଛତିଶଗଡ଼ ରାଜ୍ୟ କୁ ସଂଯୋଗ କରୁଥିବା ଜାତୀୟ ରାଜପଥ କଡ଼ରେ ବହୁ ଦିନ ହେଲା ଏହି ବେଆଇନ ମଦ କାରବାର ଚାଲି ଆସୁଥିବାର ଅଭିଯୋଗ ହୋଇ ଆସୁଥିଲା। ପୋଲିସ ସେଠାରୁ ୨୦୧ ଲିଟର ବେଆଇନ ବିଦେଶୀ ମଦ ଜବତ କରିବା ସହ କେଶ ନମ୍ବର ୧୨୪/୨୫ ଏକ ମାମଲା ରୁଜ୍ଜୁ କରି ଆଜି ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉଲ୍ଲେଖଯୋଗ୍ୟ ଯେ,ଗତ ୨୪ ତାରିଖ ଦିନ ଏହି ଗ୍ରାମରୁ ଧର୍ମଗଡ ଥାନା ପୋଲିସ ରଘୁଚନ୍ଦ୍ର ମେହେର ଙ୍କ ଘରେ ଚଢ଼ାଉ କରି ୨୯.୧୧୫ ଲିଟର ବେଆଇନ ବିଦେଶୀ ମଦ ଜବତ କରି ସଂପୃକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା।
ଧର୍ମଗଡ ସହର ତଥା ଆଖପାଖ ଅଞ୍ଚଳରେ ଖୁଲମ୍ ଖୁଲା ବେଆଇନ୍ ଦେଶୀ ଓ ବିଦେଶୀ ମଦ ବିକ୍ରି ବଢି ଚାଲିଥିବା ବେଳେ ଧର୍ମଗଡ ଥାନା ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ କୁ ସର୍ବସାଧାରଣରେ ପ୍ରଶଂସା କରାଯାଇଛି।
କଳାହାଣ୍ଡି ଇପିଏ ରୁ ବିଦ୍ୟାଧର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )