ଗ୍ରୀନୋଭାଇବ୍ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ
ସୁବର୍ଣ୍ଣପୁର : ତ୍ରୀକୁଟ ପାହାଡ ପାଦ ଦେଶରେ ଥିବା ପାତାଳି ପୀଠରେ ସୁବର୍ଣ୍ଣପୁର ର ଅଗ୍ରଣୀ ସ୍ବେଛ୍ଛାସେବୀ ଅନୁଷ୍ଠାନ ଗ୍ରୀନୋଭାଇବ୍ ପକ୍ଷରୁ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବ ରେ ଯାଲୋଇ ବନାଞ୍ଚଳ ର ବନପାଳ ପ୍ରଦୀପ କୁମାର ଜେନା ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପାତାଳି ଶ୍ରୀ କ୍ଷେତ୍ର ପରିଚାଳନା କମିଟିର ମୂଖ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଢି, କୋଟ୍ସମଲାଇ ସରପଞ୍ଚ ବେଦମତି ମେଣ୍ତିଲି, ସମାଜସେବି ସତ୍ୟାନନ୍ଦ ମେଣ୍ତିଲି, ନବ ନିର୍ମାଣ କୃଷକ ସଂଗଠନର ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢି ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ପାତାଳି ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଜନସଭା ଆୟୋଯିତ ହୋଇଥିଲା । ଉକ୍ତ ସଭାରେ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ୱ ଯୁବକ ଯୋଗଦେଇ ଥିଲେ । ଅତିଥିମାନେ ବିଭିନ୍ନ ବିଷୟ ଯଥା – ବନଗ୍ରାମ ସୃଷ୍ଟି, ଫଳ ଜଙ୍ଗଲର ପରିକଳ୍ପନା, ବନ୍ୟାଜନ୍ତୁଙ୍କ ସଂରକ୍ଷଣ ଉପରେ ଚର୍ଚ୍ଚା କରିଥିବା ବେଳେ – ପ୍ଲାଷ୍ଟିକ୍ ମୁକ୍ତ ପାତାଳି ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବେଶବିଦ୍ ତଥା ଗ୍ରୀନୋଭାଇବ୍ ର ସମ୍ପାଦକ ଅବନୀ କୁମାର ଶତପଥୀ ଏ ବର୍ଷର ପରିବେଶ ଦିବସର ବିଷୟ “ ପ୍ରକୃତି ଅନୁପ୍ରାଣିତ ଜଳବାୟୁ, ଆମ ଭବିଷ୍ୟତ ପାଇଁ ” ଉପରେ ଆଲୋଚନା କରିଥିଲେ । ମୁକ୍ତ ସଭାର ଆଲୋଚନା ବେଳେ ଯୁବଗୋଷ୍ଠି ଏକ ବର୍ଷ ମଧ୍ୟରେ ପାତାଳିକୁ କିପରି ପ୍ଲାଷ୍ଟିକ୍ ମୁକ୍ତ କରିହେବ ସେ ବିଷୟରେ ଚର୍ଚ୍ଚା କରିଥିଲେ । ଉକ୍ତ ସଭାରେ ସଂଗଠନର ସହ-ପ୍ରତିଷ୍ଠାତା ଅଶ୍ୱିନୀ କୁମାର ଧନ୍ୟବାଦ ପ୍ରଦାନ କରିଥିଲେ । ପରିଶେଷରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ, ଯୁବଗୋଷ୍ଠିଙ୍କ ମିଳିତ ସହଯୋଗରେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରି ତାକୁ ସଠିକ୍ ଭାବରେ ଅନ୍ୟତ୍ର କରାଯାଇଥିଲା । ସର୍ବ ସମ୍ମତି କ୍ରମେ ଏହି ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ କରିବା କାର୍ଯ୍ୟକ୍ରମକୁ ଆଗକୁ ଚାଲୁରଖିବା ସହ ପ୍ଲାଷ୍ଟିକ୍ ମୁକ୍ତ ପାତାଳି ଗଠନ କରିବାର ସଂକଳ୍ପ କରାଗଲା । ଏକ ନିଆରା ପ୍ରୟାସ ଭାବେ ସିଗ୍ନେଚର୍ କ୍ୟାମ୍ପେନ୍ ମଧ୍ୟ କରାଯାଇ ଥିଲା ଯାହା ପରିବେଶ ପ୍ରତି ଉତ୍ତର ଦାୟିତ୍ବର ବାର୍ତ୍ତା ବହନ କରିଥିଲା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
