April 30, 2026
Home » ଘରୋଇ ବସ ରୁ ୧୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ : ୨ ମହିଳା ଗିରଫ l

ଘରୋଇ ବସ ରୁ ୧୩ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ : ୨ ମହିଳା ଗିରଫ l

0
WhatsApp Image 2026-04-26 at 11.24.36 AM (1)

 

ସୁବର୍ଣ୍ଣପୁର — ଘରୋଇ ବସ ରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ ହୋଇଥିବା ଖବର ଆମର ହସ୍ତଗତ ହୋଇଛି l ସୋନପୁର ରୁ ଏକ ଘରୋଇ ବସ ରେ ଗଞ୍ଜେଇ ଆସୁଥିବା ବିଷୟରେ ବିନିକା ଥାନା ର ଆଇ ଆଇ ସି ସତ୍ୟନାରାୟଣ ପ୍ରଧାନ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ l ଖବର ପାଇବା ପରେ ପୁଲିସ ବିନିକା ସରକାରୀ ବସଷ୍ଟାଣ୍ଡ ରେ ୨ ଜଣ ମହିଳାକୁ ସନ୍ଦେହ କରି ତାଙ୍କ ୪ ଟି ବେଗ କୁ ଜବତ କରି ଯାଞ୍ଚ କରିଥିଲେ l ସେଥିରେ ଗଞ୍ଜେଇ ଥିବା ଜଣା ପଡିଥିଲା ।

 

ତା ପରେ ବିନିକା ଅତିରିକ୍ତ ତହସିଲଦାର ତଥା ମାଜିଷ୍ଟ୍ରେଟ ଦୟାରାମ ମେହେର ଏବଂ ପୁଲିସ ଙ୍କ ଉପସ୍ଥିତିରେ ସର୍ବସାଧାରଣରେ ଗଞ୍ଜେଇ ବାହାର କରି ଓଜନ କରାଯାଇଥିଲା l ତାହା ବସ୍ତା ସହିତ ୧୩ କେଜି ୪୦୦ ଗ୍ରାମ ହୋଇଥିଲା l ଅଟକ ଥିବା ୨ ମହିଳାଙ୍କର ଦୁଇଟି ନାବାଳକ ଅଛନ୍ତି l ଦୁଇଜଣ ମହିଳା ହେଲେ କନ୍ଧମାଳ ଜିଲ୍ଲା ଗୁଚ୍ଛାପଡ଼ା ଥାନା ଅଞ୍ଚଳ ର ସୁରେଖା ମାଟି(୨୬) ଓ ଜାନକି ଦିଗାଲ (୨୫) ଓ ଉଭୟଙ୍କ ର ଦୁଇଟି ନାବାଳକ ପୁଅ ଝିଅ ଥିବା ବିନିକା ଆଇଆଇସି ଶ୍ରୀ ପଧାନ ସୁଚନା ଦେଇଛନ୍ତି l ଏ ସମ୍ପର୍କରେ ବିନିକା ଥାନା ରେ ପୁଲିସ ଏକ ମକଦ୍ଦମା ରୁଜୁ ହୋଇଛି । ଏହି କେସ ର ତଦନ୍ତ ଦାୟିତ୍ବ ଥାନା ଏସ ଆଇ ମାରୁତ ଚନ୍ଦ୍ର ପ୍ରଧାନ ନେଇ ଅଧିକ ତଦନ୍ତ ଚଳାଇଛନ୍ତି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *