April 26, 2026
Home » ରଥଖଳା:ରଥ ନିର୍ମାଣ କାର୍ଯ୍ୟ ପଞ୍ଚମ ଦିବସ

ରଥଖଳା:ରଥ ନିର୍ମାଣ କାର୍ଯ୍ୟ ପଞ୍ଚମ ଦିବସ

0
WhatsApp Image 2026-04-26 at 11.22.10 AM

ରଥ ନିର୍ମାଣକାରୀଙ୍କ ଉପସ୍ଥାନ
*ତିନିରଥ ମହାରଣା ସେବକ – ୪୭*ତିନିରଥ କରତୀ ସେବକ – ୪*ତିନିରଥ କମାର ସେବକ – ୯*ତିନିରଥ ଭୋଇ ସେବକ – ୨୨
*ରଥଖଳା ସହାୟକ(ପାଣିବାଲା)୧ମୋଟ – ୮୩ ଜଣରଥ ନିର୍ମାଣ ଅଗ୍ରଗତି  ରଥ ନିର୍ମାଣର ପଞ୍ଚମ ଦିନରେ ନିର୍ମାଣକାରୀ ସେବକ ମାନେ ସକାଳ ଘ.୮.୦୦ ଟିକା ପୂର୍ବରୁ ରଥ ଖଳା ଠାରେ ଉପସ୍ଥିତ ପୂର୍ବକ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ।
ତିନିରଥ ର ମୋଟ ୪୨ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ହେବାସହ ତୁମ୍ବ ବିନ୍ଧ ପାଇଁ ତୁମ୍ବ ଗୁଡିକରେ ସୂତା ବାଡ଼ିଆ: କାର୍ଯ୍ୟ ଶେଷ
(ଆସନ୍ତାକାଲି ପୂର୍ବାହ୍ନରେ ତୁମ୍ବ ବିନ୍ଧ ଅନୁକୂଳ ପୂଜା)ଆଜି ସୁଦ୍ଧା ତିନିରଥର ମୋଟ ୪୨ ଗୋଟି ତୁମ୍ବ ର ଗୋଲେଇ କାର୍ଯ୍ୟ ଶେଷ ।


*ଆସନ୍ତାକାଲି ସକାଳେ ତିନିରଥ ର ତୁମ୍ବ ବିନ୍ଧ ଅନୁକୂଳ ପୂଜା ସହ ତୁମ୍ବ ଗୁଡିକର ବିନ୍ଧ କାର୍ଯ୍ୟ ଆରମ୍ଭ ହେବ ।ଏଥି ପାଇଁ ତିନି ରଥର ଦୁଇଟି ଲେଖାଏଁ ତୁମ୍ବ ର ବିନ୍ଧ ଅନୁକୂଳ ପୂଜା ପାଇଁ ପୂର୍ବ ପ୍ରସ୍ତୁତି ପାଇଁ ଆଜି ରଥ ଖଳା ବେସ ଚକ ଚଞ୍ଚଳ ହୋଇ ଯାଇଛି, ତିନିରଥ ମୁଖ୍ୟ ମହାରଣା ମାନେ ନିଜ ନିଜର ସାଥୀ ମହାରଣା ସେବକ ଭାଇ ମାନଙ୍କ ସହ ମିଶି ମାପ ପ୍ରକାରେ ତୁମ୍ବ ଗୁଡ଼ିକର ସୂତା ବଡିଆ କାର୍ଯ୍ୟ ଶେଷ କରିଛନ୍ତି। ଏଥି ସହ କରତୀ ମହାରଣା ଙ୍କ ଦ୍ଵାରା ତୁମ୍ବ ଗୁଡ଼ିକର ଘେର କଟା କାର୍ଯ୍ୟ ଏବଂ ସାଥୀ ସହଯୋଗୀ ମହାରଣା ଙ୍କ ଦ୍ଵାରା ତୁମ୍ବ ଗୁଡ଼ିକର ଠେକ ତୁଲିଆ କାର୍ଯ୍ୟ ( ତୁମ୍ବ ର ବଳକା ଅଂଶ କୁ କାଟି ତୁମ୍ବ ର ମୁଖ ଭାଗକୁ ବଟାଳି ରେ ଚାଞ୍ଛି ସମତୁଲ କାରବା) ତଦାରଖ ପୂର୍ବକ ତୁମ୍ବ ବିନ୍ଧ ଅନୁକୂଳ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି।ଆଜିର ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାବେଳେ ମଧ୍ୟାହ୍ନରେ ରଥ ଖଳାକୁ ପରିଦର୍ଶନ ରେ ଯାଇ ନିର୍ମାଣ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ବୁଝିଥିଲେ ରତ୍ନଭଣ୍ଡାର ଓ. ଏସ. ଡି ଶ୍ରୀ ଜିତେନ୍ଦ୍ର କୁମାର ସାହୁ, ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦ୍ଦାର ରବି ଭୋଇ ତିନିରଥର ସମସ୍ତ ତୁମ୍ବ ଗୁଡ଼ିକର ଗୋଲେଇ କାର୍ଯ୍ୟ ଶେଷ ପରେ ତୁମ୍ବ ଗୁଡିକରେ ସୂତାବାଡ଼ିଆ କାର୍ଯ୍ୟ ଚାଲୁ ରହିଛି ଆସନ୍ତାକାଲି ତୁମ୍ବ ବିନ୍ଧ ଅନୁକୂଳ ପୂଜା ଅନୁଷ୍ଠିତ ହେବା ସମ୍ପର୍କରେ ସୂଚନା ଦେଇଥିଲେ।
କମାର ଶାଳ
ଦୋଳବେଦୀ ଅସ୍ଥାୟୀ କମାର ଶାଳ ରେ ତିନି ରଥର କମାର ସେବକ ମାନେ ଅର କଣ୍ଟା ପ୍ରସ୍ତୁତି ଜାରୀ ରଖିବା ସହ ତୁମ୍ବ ବଳା ପ୍ରସ୍ତୁତ ପାଇଁ ବଳା ଶାଳ ପ୍ରସ୍ତୁତ ଶେଷ କରି କରିଛନ୍ତି।

Leave a Reply

Your email address will not be published. Required fields are marked *