July 4, 2026
Home » ଜଗନ୍ନାଥ ଯୋଗାଳୟ ପ୍ରତିଷ୍ଠା ଦିବସ ପାଳନ

ଜଗନ୍ନାଥ ଯୋଗାଳୟ ପ୍ରତିଷ୍ଠା ଦିବସ ପାଳନ

0
WhatsApp Image 2026-07-03 at 5.46.20 PM

ଭୁବନେଶ୍ୱର – ଜଗନ୍ନାଥ ଯୋଗାଳୟ ପ୍ରତିଷ୍ଠା ଦିବସ ପୋଖରୀପୁଟ ହୋଟେଲ ଗ୍ରୀନଲାଣ୍ଡରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ କର୍ଣ୍ଣେଲ ବି କ ପଟ୍ଟନାୟକ ଯୋଗ ଦେଇ ବରିଷ୍ଠ ଯୋଗୀ ଦଶରଥ ନନ୍ଦ ଙ୍କୁ ସମବର୍ଦ୍ଧନା କରି ଥିଲେ। ସ୍ତମ୍ଭକାର ନିର୍ମଳ ସାମଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଏଲ ଏନ୍ ପାଢ଼ୀ ପ୍ରାରମ୍ଭିକ ସୂଚନା ଦେବା ସହିତ ଅଥିତି ମାନଙ୍କୁ ସ୍ଵାଗତ ଜଣାଇଥିଲେ। ଦୀର୍ଘ 12ବର୍ଷ ଧରି ମଧୁସୂଦନ ପାର୍କ ଯୋଗ ମଣ୍ଡପ ରେ ସୁଚାରୁରୂପେ ଯୋଗ ଓ ପ୍ରାଣାୟାମ କରାଯାଇ ଆସୁଛି ବୋଲି ସମ୍ପାଦକ ପଠାଣି ବେହେରା ପ୍ରକାଶ କରିଥିଲେ। ଯୋଗ ପ୍ରାଣାୟାମ କରି ବହୁ ବ୍ୟକ୍ତି ଉପକୃତ ହେଉଛନ୍ତି, ଏହା ଏକ ସାଧନା ର ପୀଠ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ସଭାପତି ଶ୍ରୀ ସାମଲ କହିଥିଲେ। ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ତରଣୀ ସେନ, ନିରଞ୍ଜନ ସେନ, ସୁଦର୍ଶନ ମହାଳିକ, କୃଷ୍ଣ ପ୍ରସାଦ ଜେନା, ସୀମାଞ୍ଚଳ ପାଢ଼ୀ, ଭାସ୍କର ସେଠ୍, ବିଧାନ ଚନ୍ଦ୍ର ରାଉତ , ପ୍ରଭାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରବୀର ମହାପାତ୍ର ସଭା ପରିଚାଳନା ଓ ଶିଶିର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *