ଝାରଫେସପେରେଡି ଗାଁ ଗୌନ୍ତିଆ ଙ୍କ ପରଲୋକ
ସୁବର୍ଣ୍ଣପୁର — ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଝାରଫେସପେରେଡି ଗାଁ ର ଗୌନ୍ତିଆ ଶିବ କୁମାର ପ୍ରଧାନ ଙ୍କ ପରଲୋକ ହୋଇଛି l ଗତ ଦୁଇ ତାରିଖ ( ଜୁନ 2 ଗୁରୁବାର ଦିନ ) ବୁର୍ଲା ରେ ଚିକିତ୍ସାଧୀନ ଅବସ୍ଥା ରେ ତାଙ୍କର ପରଲୋକ ହୋଇଛି l ପ୍ରକାଶ ଥାଉକି ଗତ କିଛି ଦିନ ହେବ ସେ ଅସୁସ୍ଥ ହୋଇ ନିଜ ଘରେ ଚିକିତ୍ସିତ ହେଉଥିଲେ l ତାଙ୍କର ଅବସ୍ଥା ଗୁରୁତର ହେବାରୁ ଗତ 27 ତାରିଖ ଶନିବାର ଦିନ ବଲାଙ୍ଗୀର ଭୀମଭୋଇ ମେଡିକାଲ କୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା l ସେଠାରୁ ସୋମବାର ଦିନ ( 29 ତାରିଖ ) ବୁର୍ଲା କୁ ସ୍ଥାନାନ୍ତର କରାଯାଇଥିଲା l କିନ୍ତୁ ବିଧିର ବିଧାନ ଅଲଗା ଥିଲା l ବୁର୍ଲା ରେ ଚିକିତ୍ସାଧୀନ ଅବସ୍ଥା ରେ ସେ ଶେଷ ନିଶ୍ୱାସ ତ୍ୟାଗ କଲେ l ମୃତ୍ୟୁ ବେଳକୁ ତାଙ୍କୁ 70 ବର୍ଷ ବୟସ ହେଉଥିଲା l ବୁର୍ଲା ରୁ ମରଶରୀର ନିଜ ଗାଁକୁ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ଗାଁ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା l ତାଙ୍କର ଏକ ମାତ୍ର ପୁତ୍ର ଦିଲ୍ଲୀପ ମୁଖାଗ୍ନି ଦେଇଥିଲେ l ଶ୍ମଶାନ ରେ ଗାଁ ର ବହୁ ଲୋକ ଉପସ୍ଥିତ ଥିଲେ l ମୃତ୍ୟୁ ଶଯ୍ୟା ନିକଟ ରେ ସ୍ତ୍ରୀ ସୂର୍ଯ୍ୟଲତା, ପୁତ୍ର ଦିଲ୍ଲୀପ, ପୁତ୍ର ବଧୂ ଦମୟନ୍ତୀ ତିନି ଜ୍ୱାଇଁ ତଥା ସାମ୍ବାଦିକ ଉଗ୍ରସେନ କର୍ମୀ, ଶେଷଦେବ, ଧୋବା ଚରଣ, ଝିଅ ଶକୁନ୍ତଳା, ସବିତା, ଗୀତା ଓ ନାତି ନାତୁଣୀ ଙ୍କ ସମେତନାତୁଣୀ ଜ୍ୱାଇଁ,ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ l ସ୍ବର୍ଗତ ପ୍ରଧାନ କିଛି ବର୍ଷ ଆଗରୁ ବରପଦର ଗ୍ରାମ ରେ ରାଗୁନାଥ ନାଟ୍ୟ ସଂସଦ ତରଫରୁ ଅନୁଷ୍ଠିତ ହେଉଥିବା ପ୍ରସିଦ୍ଧ ରାମଲୀଲା ନାଟକ ରେ ରାବଣ ଭୂମିକା ରେ ଅଭିନୟ କରୁଥିଲେ l ତାଙ୍କର ଅଭିନୟ ସେତେବେଳେ ନିଖୁଣ ଓ ବେଶ ଉଚ୍ଚ କୋଟିର ହେଉଥିଲା l ତାଙ୍କର ମୃତ୍ୟୁ ରେ ଏ ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି l ତାଙ୍କର ରାବଣ ଭୂମିକା କୁ ଅନେକ ଦର୍ଶଜ ଏବେ ବି ଭୁଲି ପାରୁନାହାନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
