ଜନଗଣନା କର୍ମଚାରିଙ୍କୁ ମରଣାତ୍ମକ ଆକ୍ରମଣ
ସାରା ରାଜ୍ୟରେ ଜନଗଣନା କାର୍ଯ୍ୟ ଚାଲୁରହିଥିବା ବେଳେ କାମାକ୍ଷାନଗରରେ ଜନଗଣନା କରିବାକୁ ଯାଇଥି୍ବା କର୍ମଚାରିଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି । ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରି ଅଛିନ୍ତି।ସକାଳେ କାମାକ୍ଷାନଗର ଏନଏସି ତିନି ନମ୍ବର ୱାର୍ଡ ମହିମାନଗର ସାହି ରେ ଘଟିଛି ଘଟଣା । ଜନଗଣନା କର୍ମଚାରୀ ଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା ଦିଦି ଙ୍କ ଗାଡି ଭାଙ୍ଗିଲେ ଜନୈକ ବ୍ୟକ୍ତି l

କର୍ମଚାରୀ ଙ୍କୁ ଆଶ୍ରବ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ ଜନଗଣନା କରେଇ ଦେଲେନି ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅ l ଆକ୍ରମଣରରେ ମହିଳା କର୍ମଚାରି ମୁହଁରେ ଆଘାତ ଲାଗିବା ସହ ପଥର ଧରି ମାରିବାକୁ ଗୋଡାଇଥିବା କହିଛନ୍ତି । ଖବର ପାଇ ଘଟଣା ସ୍ଥଳ ରେ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚିଥିବା ବେଳେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବାର ଦେଖିବାକୁ ମିଳିଥିଲା l ତେବେ ପୋଲିସ ଘଟଣାର ତଦନ୍ତ କରି ଆକ୍ରମଣକାରି ବାପା ନିକୁଞ୍ଜ ବିହାରୀ ଶତପଥୀ ଓ ଦୁଇ ପୁଅ ଭାନୁ ପ୍ରକାଶ ଶତପଥୀ ଓ ଉଦିତସ୍ବପ୍ନ ଶତପଥୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ ପରେ ଜେଲକୁ ପଠାଇ ଦେଇଛି ।
kamkhyanagar ru rajkishor rout nka report
