June 11, 2026
Home » ଜନ୍ମ ଦିନରେ ମେଗା ଚାରା ଉତ୍ପାଦନ କେନ୍ଦ୍ରକୁ ମଞ୍ଜି ପ୍ରଦାନ କଲେ ପ୍ରକୃତି ପ୍ରେମୀ

ଜନ୍ମ ଦିନରେ ମେଗା ଚାରା ଉତ୍ପାଦନ କେନ୍ଦ୍ରକୁ ମଞ୍ଜି ପ୍ରଦାନ କଲେ ପ୍ରକୃତି ପ୍ରେମୀ

0
WhatsApp Image 2026-06-11 at 1.17.07 PM

ସୁବର୍ଣ୍ଣପୁର: ଗଛ ଲଗାନ୍ତୁ, ପରିବେଶ ବଞ୍ଚାନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ବୃକ୍ଷରୋପଣ ମନୁଷ୍ୟ ସମାଜ ପାଇଁ ନିତାନ୍ତ ଜରୁରୀ। ଅଧିକରୁ ଅଧିକ ବୃକ୍ଷରୋପଣ ନିମନ୍ତେ ମଞ୍ଜିର ଆବଶ୍ୟକତାକୁ ଉପଲବ୍ଧି କରି ହରିଡ଼ା, ବାହାଡ଼ା, କେନ୍ଦୁ, ତେନ୍ତୁଳି, ଚାର,ଆମ୍ବ ପ୍ରଭୃତି ପାଖାପାଖି ପାଞ୍ଚ ହଜାର ମଞ୍ଜି ସଂଗ୍ରହ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଳକ କୁଲିପାଲି ଗ୍ରାମର ଜୁନିୟର ରେଡ଼କ୍ରସ ପରାମର୍ଶଦାତା ପ୍ରକୃତି ପ୍ରେମୀ ଶିକ୍ଷକ ବିକ୍ରମ କୁମାର ନନ୍ଦ। ଶ୍ରୀ ନନ୍ଦ ଉକ୍ତ ସଂଗୃହୀତ ମଞ୍ଜିରୁ ହରିଡା, ବାହାଡା,କେନ୍ଦୁ, ତେନ୍ତୁଳି,ଚାର, ଆଦି ପ୍ରାୟ ତିନି ହଜାର ମଞ୍ଜି ଆଜି ନିଜ ଜନ୍ମ ଦିନରେ ମେଗା ଚାରା ଉତ୍ପାଦନ କେନ୍ଦ୍ର, ସୋନପୁରକୁ ପ୍ରଦାନ କରିଛନ୍ତି । ଏହା ସହ ସେ ମଞ୍ଜି ସଂଗ୍ରହ କାର୍ଯ୍ୟ ଜାରି ରଖିବା ସହ ଅନ୍ୟମାନଙ୍କୁ ମଧ୍ୟ ମଞ୍ଜି ସଂଗ୍ରହ ପାଇଁ ଗଣମାଧ୍ୟମ ଜରିଆରେ ଆହ୍ୱାନ କରିଛନ୍ତି।ଏହି ଅବସରରେ ମେଗା ଚାରା ଉତ୍ପାଦନ କେନ୍ଦ୍ର, ସୋନପୁରର ଫରେଷ୍ଟ ଗାର୍ଡ ସୁଜ୍ଞାନୀ ମିଶ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ମଞ୍ଜି ଗ୍ରହଣ କରିଥିଲେ। ଏହିଭଳି କାର୍ଯ୍ୟ ପାଇଁ ଶ୍ରୀ ନନ୍ଦଙ୍କୁ ବିଭାଗ ତରଫରୁ ଧନ୍ୟବାଦ ପ୍ରଦାନ କରାଯାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *