November 13, 2025
Home » ଜଲିଉଡ୍ ଜଗତର ଅଭିନେତା ତଥା ନିର୍ଦେଶକଙ୍କ ପରଲୋକ

ଜଲିଉଡ୍ ଜଗତର ଅଭିନେତା ତଥା ନିର୍ଦେଶକଙ୍କ ପରଲୋକ

0
WhatsApp Image 2025-11-05 at 11.11.29 PM

 

କଟକଜଲିଉଡ୍ ଜଗତର ଅଭିନେତା ତଥା ନିର୍ଦେଶକ ଦେବୀ ପ୍ରସାଦ ରଥଙ୍କ ନିଜ ବାସଭବନ ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ଗଡ଼ରେ ନିଜ ଗାଁରେ ପରଲୋକ ହୋଇଥିବା ପରିବାର ଲୋକେ ଠାରୁ ସୂଚନା ମିଳିଛି।୭୧ ବର୍ଷ ବୟସରେ ମହାନ ଯାତ୍ରା କଳାକାର ଦେବୀ ପ୍ରସାଦ ରଥଙ୍କ ମୃତ୍ୟୁ ଡିଜେ ସାଉଣ୍ଡ ପାଇଁ ହୋଇଥିବା ଘର ଲୋକଙ୍କ ଅଭିଯୋଗ ହୋଇଛି।ତାଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି ।ଜଲିଉଡ୍ ଜଗତର ଜଣେ ଉଚ୍ଚକୋଟୀର କଳାକାର । ହିରୋଇନରୁ ହିରୋ, ଆଣ୍ଟି ହିରୋ ସବୁପ୍ରକାର ଚରିତ୍ରରେ କରିଛନ୍ତି ଅଭିନୟ । ୫୦ ବର୍ଷରୁ ଅଧିକ ସମୟ ଓଡ଼ିଆ ଯାତ୍ରା ଜଗତରେ ରାଜ କରିଥିଲେ । ସତୁରି ଦଶକରେ ଯାତ୍ରା ଜଗତରେ ପାଦ ଥାପିଥିଲେ। ବୀଣାପାଣି କଳାକୁଞ୍ଜ ତାରାପୁର ଅପେରାରୁ ଅଭିନୟ ଆରମ୍ଭ କରି ପାର୍ବତୀ ଗଣନାଟ୍ୟରେ ଶେଷ କରିଥିଲେ।ଜେଲ ଟାଇଗର, ଲାଲଲକା, ଡ଼ିମିରି ଫୁଲ, ବାଟ ଛାଡ଼ ଷଣ୍ଡ ଆସୁଛି, ଅକୁହା କଥା, କେମିତି ଏ ବନ୍ଧନ, ଅଜବ କାହାଣୀ, ତୁଳସୀ, ବଳାତ୍କାର, ମଶାଣୀ ଫୁଲ, ଛତା ଚିହ୍ନରେ ଭୋଟ ଦିଅ ଆଦି ଦୁଇ ଶହରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ଅନେକ ନାଟକରେ ସେ ନିର୍ଦେଶନା ଦେଇଛନ୍ତି। ​​​​​​​ଅଭିନେତା ଭାବରେ ନିଖୁଣ ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଦେବୀ । ଅନେକ ଅପେରା ସହ କାମ କରିଛନ୍ତି । ତାଙ୍କର ଅଭିନୟ ଳୋକଙ୍କ ଇମୋସନାଲ କରିଛି । ବର୍ଷ ବର୍ଷ ଅଭିଜ୍ଞତା ସହିତ ଜଣେ ଦକ୍ଷ ଓଡ଼ିଆ ଯାତ୍ରା କଳାକାର ଭାବେ ସେ କରିଥିଲେ ଅଭିନୟ ।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *