July 3, 2026
Home »  ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍.ଇ କାର୍ଯ୍ୟକ୍ରମ’ର ଚତୁର୍ଥ ଦିବସ

 ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା ଏମ୍.ଏସ୍.ଏମ୍.ଇ କାର୍ଯ୍ୟକ୍ରମ’ର ଚତୁର୍ଥ ଦିବସ

0
WhatsApp Image 2026-07-03 at 7.50.32 AM

 

ଯୁବ ଓ ଛାତ୍ର ଉଦ୍ୟୋଗୀକରଣ ଉପରେ ବ୍ୟାପକ ଆଲୋଚନା ସହ ସରକାରୀ ସହାୟତା ଓ ଋଣ ପ୍ରଦାନ

ବରଗଡ଼: ଓଡ଼ିଶା ସରକାରଙ୍କ ଏମ୍.ଏସ୍.ଏମ୍.ଇ ବିଭାଗ ଆନୁକୂଲ୍ୟରେ ବରଗଡ଼ ଗୋରୁ ମାର୍କେଟ ପ୍ରାଙ୍ଗଣରେ ଚାଲିଥିବା ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ-୨୦୨୬’ ସଫଳତାର ସହ ଚତୁର୍ଥ ଦିବସରେ ପହଞ୍ଚିଛି। ‘ଛାତ୍ର ଓ ଯୁବ ଉଦ୍ୟୋଗୀକରଣ’ ଶୀର୍ଷକ ଏହି ଅଧିବେଶନରେ ବରଗଡ଼ ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି, ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଓ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରେରିତ କରିଥିଲେ। ଡି . ଆଇ.ସି ସାଧାରଣ ପରିଚାଳିକା ସୁଷମା କରାଳି ଓ ମୁଖ୍ୟ ବକ୍ତା ଅବସରପ୍ରାପ୍ତ ଅଧ୍ୟାପକ ଅକ୍ଷୟ କୁମାର ପାତ୍ର ଯୋଜନା ଉପରେ ଆଲୋକପାତ କରିଥିବା ବେଳେ ଗୋବିନ୍ଦ ସେଠ୍ ମଞ୍ଚ ସଂଚାଳନ କରିଥିଲେ।

ଏହି ଅବସରରେ ସି.ଏମ୍.- ଏସ୍ . ଆର୍.ଆଇ.ଏମ୍ ଯୋଜନାରେ ସୁଧ ରିହାତି ବାବଦକୁ ଭେଡେନର ଶ୍ରୀ ଲକ୍ଷ୍ମୀ ଗଣପତି ରାଇସ୍ ମିଲ୍‌କୁ ୩,୧୪,୦୦୦ ଟଙ୍କା ଏବଂ ବରପାଲିର ଖୁସବୁ ଫର୍ଣ୍ଣିଚରକୁ ୮୯,୮୦୦ ଟଙ୍କା ପ୍ରଦାନ କରାଯାଇଛି। ସେହିପରି IPR-2015 ଅଧୀନରେ ସୋହେଲାର ଗୌମୟ ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ୍‌କୁ ୫,୯୫,୦୦୦ ଟଙ୍କାର ଏ. ଜି.ଏସ୍. ଟି ଫେରସ୍ତ ଏବଂ ପିଏମ୍ – ଏଫ୍ .ଏମ୍. ଇ ଯୋଜନାରେ ଛତୁଆ ପ୍ରକ୍ରିୟାକରଣ ୟୁନିଟ୍ ପାଇଁ ୧୦,୧୬,୦୦୦ ଟଙ୍କାର ଋଣ ସହ ୩,୫୫,୬୦୦ ଟଙ୍କାର ସବସିଡି ମଞ୍ଜୁର କରାଯାଇଛି। କାର୍ଯ୍ୟକ୍ରମରେ ବରପାଲି ବରମକେଲାର ପଦ୍ମାଳୟା ସ୍ୱୟଂ ସହାୟକ ଗୋଷ୍ଠୀର ସଫଳ ଉଦ୍ୟୋଗୀ କୁନ୍ତୀ ପ୍ରଧାନ ନିଜର ଅନୁଭୂତି ଜଣାଇଥିଲେ। ଶେଷରେ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ କରାଗଲା।

 ଇପିଏରୁ ବରଗଡ଼ ଜିଲ୍ଲା ପ୍ରତିନିଧି କ୍ଷମାନି ଧି ବଣ୍ଡୁକିଙ୍କ ରିପୋର୍ଟ.

Leave a Reply

Your email address will not be published. Required fields are marked *