August 12, 2026
Home » ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ 6 ଦଫା ଦାବିପତ୍ର ପ୍ରଦାନ

ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କୁ 6 ଦଫା ଦାବିପତ୍ର ପ୍ରଦାନ

0
WhatsApp Image 2026-08-12 at 12.05.54 PM

ସୁବର୍ଣ୍ଣପୁର:ଚାଷୀ ପଞ୍ଜିକରଣ ଜଟିଳତା ଓ ଅନ୍ୟାନ୍ୟ ସମସ୍ୟା ନେଇ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଙ୍କ ଜରିଆରେ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟ ରେ 6 ଦଫା ଦାବିପତ୍ର ପ୍ରଦାନ କରିଛି l ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା କିଷାନ୍ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାର ଙ୍କ ଚାଷୀ ମାରଣ ନୀତିକୁ ବିରୋଧ କରି ଏହି ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏବେ ସାରା ରାଜ୍ୟରେ ଚାଷୀ ପଞ୍ଜୀକରଣ ଚାଲିଥିବା ବେଳେ ଏଗ୍ରୀଷ୍ଟେକ୍ ଆଇଡି ପରି ଏକ ଅସମ୍ଭବ ନୀତି ଆଣି ଚାଷୀ ଙ୍କୁ ହଇରାଣ କରୁଛନ୍ତି ।

ସୁବର୍ଣ୍ଣପୁର ଜିଲ୍ଲାରେ ହାଇଟେକ ସର୍ଭେ ଚାଲି ଥିବା ବେଳେ ମ୍ୟୁଟେସନ ହୋଇ ପାରୁନି , ତେଣୁ ଚାଷୀ କିପରି ଏଗ୍ରୀଷ୍ଟେକ୍ ଆଇଡି କରିପାରିବ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ କର୍ମୀ । ଅପର ପକ୍ଷରେ ଜିଲ୍ଲାରେ ସାର ଓ ବିହନ କଳା ବଜାରୀ ଜୋରଦାର ହେଉଥିବା ବେଳେ ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ନୀରବ ଦ୍ରଷ୍ଟା ସାଜିଛି। ତେଣୁ ମଙ୍ଗଳବାର ଦିନ ଏହି ଧାରଣା ସହିତ ଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶା ର ମାନ୍ୟବର ରାଜ୍ୟପାଳ ଙ୍କୁ ଦାବିପତ୍ର ପ୍ରଦାନ କରିଛି । ଆଗାମୀ ଦିନରେ କେମିତି ଚାଷୀ ସୁରୁଖୁରୁ ରେ ଧାନ ବିକ୍ରୀ କରିପାରିବ ତାହାର ସୁବ୍ୟବସ୍ଥା ନକଲେ ଆନ୍ଦୋଳନ ତୀବ୍ରତର ହେବ ଓ ଜିଲ୍ଲା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…..

Leave a Reply

Your email address will not be published. Required fields are marked *