November 13, 2025
Home » ଜୀବନ ରକ୍ଷା ପାଇଁ ଧୂମ୍ରପାନ ବର୍ଜନ କରନ୍ତୁ

ଜୀବନ ରକ୍ଷା ପାଇଁ ଧୂମ୍ରପାନ ବର୍ଜନ କରନ୍ତୁ

0
download

ପ୍ରତିବର୍ଷ ମେ ୩୧ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ପାଳନ କରାଯାଉଥିବା “World No Tobacco Day”, ଏକ ଦୈବି ଚେତାବନୀ ଭଳି ସମସ୍ତଙ୍କୁ ଜଣେଇ ଦେଇଥାଏ ଯେ, ଧୂମ୍ରପାନ କେବଳ ଏକ ଅଭ୍ୟାସ ନୁହେଁ, ଏହା ହେଉଛି ଜୀବନ ଭାଙ୍ଗି ଦେବା ଏକ ନୀରବ ଘାତକ। ଧୂମ୍ରପାନର କଳୁଷିତ ଧୂଆଁ କେତେ ଆସ୍ପତାଳ ଶଯ୍ୟା ଭରିଦେଇଛି? କେତେ ମାନବ ଶରୀର ଧୀରେ ଧୀରେ ପଚି ଯାଇଛି? କେତେ ପିଲା ପିତାଙ୍କ ଅପରାଧୀ ଅଭ୍ୟାସର ପ୍ରତିଫଳ ଭୋଗୁଛନ୍ତି ? ଏହି ଅନେକ ପ୍ରଶ୍ନର ଉତ୍ତର ମିଳିଥାଏ ଏକ ମାତ୍ର ଉତ୍ସରୁ – ଧୂମ୍ରପାନ।
ତମାଖୁ, ବିଡି, ସିଗାରେଟ, ଗୁଟଖା, ଖଇନି, ପାନ ଓ ଦୂଷିତ ଧୂଆଁ ସାରା ଦେହକୁ ଧୀରେ ଧୀରେ ମାରି ଦେଇଥାଏ। ଏହି ଅଭ୍ୟାସ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ, ତାଙ୍କର ପରିବାର, ସମାଜ ଓ ଦେଶ ପାଇଁ ଭୟଙ୍କର ବିପଦ ହେବାକୁ ଯାଉଛି ।
ଧୂମ୍ରପାନ ପାଇଁ ଦୁନିଆରେ ପ୍ରତିବର୍ଷ ୮୦ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି। ତାଙ୍କ ମଧ୍ୟରୁ ଅନେକ ଲୋକ ସ୍ୱୟଂ ଧୂମ୍ରପାନ କରୁନାହାନ୍ତି, କିନ୍ତୁ ଅନ୍ୟଙ୍କ ଧୂଆଁ ଶ୍ୱାସନଳୀ ମାର୍ଫତ ଶରୀରରେ ଯାଇ ତାଙ୍କୁ ମୃତ୍ୟୁ ସନ୍ଦେଶ ଦେଉଛି। ଏହାକୁ ମାନାଯାଏ Passive Smoking ବୋଲି ।
ଆମ ଓଡ଼ିଶାର ଅନେକ ଗାଁ ଓ ଶହରରେ ଧୂମ୍ରପାନ ଏବଂ ତମାଖୁ ସେବନ ଦୂର୍ଭାଗ୍ୟ ବଶତଃ ସାଧାରଣ ଦୃଶ୍ୟ ହୋଇପଡ଼ିଛି। ଯୁବପିଢ଼ି ଧୂମ୍ରପାନ ପ୍ରତି ଅଧିକ ଆକୃଷ୍ଟ ହେଉଛି। ଏହି ଅଭିମୁଖ୍ୟତା ରୋକିବା ପାଇଁ ଶିକ୍ଷା, ସଚେତନତା, ଓ ନୀତିଗତ ବ୍ୟବସ୍ଥା ଅତ୍ୟନ୍ତ ଆବଶ୍ୟକ।
୨୦୨୫ର World No Tobacco Day ର ଥିମ୍ ହେଉଛି “Protecting children from tobacco industry interference” – ଅର୍ଥାତ, ଶିଶୁମାନେ ତମାକୁ ଶ୍ରେଣୀ ଶୁନ୍ୟରୁ ଦୂର ରୁହନ୍ତୁ।
ଏହି ଦିନ ଆମ ସମସ୍ତଙ୍କୁ ଏହି ଅନୁଭୁତି ଦେଉଛି ଯେ, ଧୃମପାନର ଆସକ୍ତିରୁ ମୁକ୍ତ ଥିବା ଏକ ନିର୍ମଳ, ସ୍ୱସ୍ଥ୍ୟ ଓ ସୁନ୍ଦର ଶରୀର ଓ ମନ ଥିବା ଦେଶ ଗଢ଼ି ପାରିବା ।
ସରକାର, ବେସରକାରି ସଂସ୍ଥା, ଶିକ୍ଷାଳୟ, ଅଭିଭାବକ ଓ ନିଜେ ନିଜେ ଆମେ ଉଠି ଆସିବାକୁ ପଡ଼ିବ – ଏହି ନୀରବ ଘାତକ ପାଇଁ ଏକ ଦୃଢ଼ ନିଷ୍ପତ୍ତି ନେବାକୁ ହେବ ।
ଜୀବନ ଏକ ଅମୂଲ୍ୟ ଉପହାର ,ଆଜି ଠାରୁ ଧୂମ୍ରପାନ ବନ୍ଦ କରନ୍ତୁ- ନିଜ ପାଇଁ, ପରିବାର ପାଇଁ, ଦେଶ ପାଇଁ।

kamkhyanagar epa ru rajkishor rout nka report epa news

Leave a Reply

Your email address will not be published. Required fields are marked *