ଜୁନିୟର୍ ରେଡ୍କ୍ରସ୍ ତରଫରୁ ଶୋକସନ୍ତପ୍ତ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ
ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ହରଡ଼ଖୋଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଲକର୍ମା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୁନିୟର୍ ରେଡ୍କ୍ରସ୍ ତରଫରୁ ବିଦ୍ୟାଳୟର ଛାତ୍ରୀ ଅର୍ଜୁନପୁର ଗ୍ରାମର ଭାରତୀ ପଧାନଙ୍କ ପିତା ସ୍ୱର୍ଗତ ଗଦାଧର ପଧାନଙ୍କ ବ୍ରେନ୍ଷ୍ଟ୍ରୋକ୍ ଜନିତ ଅକାଳ ବିୟୋଗରେ ତାଙ୍କ ପରିବାରକୁ ସମବେଦନା ଓ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ଏହି ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବେହେରା ଓ ଜୁନିୟର୍ ରେଡ୍କ୍ରସ୍ ପରାମର୍ଶ ଦାତା ଶିକ୍ଷକ ବିକ୍ରମ କୁମାର ନନ୍ଦଙ୍କ ନେତୃତ୍ବରେ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା। ସ୍ୱର୍ଗତ ଗଦାଧର ପଧାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।ଆଜି ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଜୁନିୟର୍ ରେଡ୍କ୍ରସ୍ ର ଛାତ୍ରଛାତ୍ରୀମାନଙ୍କ ତରଫରୁ ସଂଗୃହିତ ଆର୍ଥିକ ସହାୟତା ରାଶି ଭାରତୀ ପଧାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହି ଦୁଃଖଦ ସମୟରେ ବିଦ୍ୟାଳୟ ପରିବାର ସବୁବେଳେ ତାଙ୍କ ସହିତ ରହିବ ବୋଲି ପ୍ରଧାନଶିକ୍ଷକ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଜୁନିୟର୍ ରେଡ୍କ୍ରସ୍ ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
